ସିନେ ଦୁନିଆରେ କାମ କରିବାକୁ ପଡ଼ୁଥିବାରୁ ସବୁବେଳେ ବ୍ୟସ୍ତ ରହିବାକୁ ପଡ଼େ। ଶୋଇବା ସହିତ ଖାଇବା ପିଇବାର ଠିକ୍ ଠିକଣା ନଥାଏ । ନିଜ ପାଇଁ ବହୁତ କମ୍ ସମୟ ମିଳେ। ଯେତେ ବ୍ୟସ୍ତ ଭିତରେ ରହିଲେ ବି, ମୁଁ ସବୁବେଳେ ସୁନ୍ଦର ଓ ଫିଟ୍ ରହିବା ପାଇଁ ଚେଷ୍ଟା କରିଥାଏ । ତେବେ ଜିମ୍ରେ ଅଧିକ ଓ୍ଵାର୍କ ଆଉଟ କରିବା ପାଇଁ ଜମା ପସନ୍ଦ କରେନି। ତା’ ବଦଳରେ ଯୋଗ, ଆରୋବିକ ଡ୍ୟାନ୍ସ ଓ ଜୁମ୍ବା କରିଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ସମୟ ଅଭାବରୁ କୌଣସି ଯୋଗ କି ଏକ୍ସରସାଇଜ କରିନପାରିଲେ ସୂର୍ଯ୍ୟ ନମସ୍କାର କରିବା ପାଇଁ ଭୁଲି ନଥାଏ। ଏସବୁ ବ୍ୟତୀତ ମୁଁ ଫିଟ୍ ରହିବା ପାଇଁ ପ୍ରତିଦିନ ଉଷୁମ ପାଣି ପିଏ। ଯଦି ଆପଣ ପ୍ରକୃତରେ ସୁସ୍ଥ ରହିବା ପାଇଁ ଚାହାନ୍ତି ମନ ଭିତରୁ ଖୁସି ରୁହନ୍ତୁ। ପ୍ରତ୍ୟେକ ଦିନର ଖାଇବାରେ ସାଲାଡ, ଅଧିକ ପାଣି ଓ ସୁପ୍ ପିଅନ୍ତୁ ଯେଉଁମାନେ ପ୍ରତ୍ୟେକ ଦିନ ଗ୍ରିନ ଟି ପିଉଛନ୍ତି ତାକୁ କେବେ ଛାଡନ୍ତୁ ନାହିଁ। ଖାଲି କଳାକାର ନୁହେଁ, ସମସ୍ତେ ସୁସ୍ଥ ଓ ସୁନ୍ଦର ରହିବା ଦରକାର। ଖାଲି ଡାଏଟ୍ କଲେ ଜଣେ ପତଳା ହେଇପାରିବେ ନାହିଁ। ତା’ ସହିତ ଶାରୀରିକ ପରିଶ୍ରମ କରିବା ବି ଦରକାର। ସମସ୍ତେ ସୁନ୍ଦର ଦିଶିବା ପାଇଁ ଚାହାନ୍ତି। ସେଥିପାଇଁ ଆପଣ କେଶ ଓ ମୁହଁରେ ପ୍ରାକୃତିକ ପ୍ୟାକ୍ ଲଗାଇ ପାରିବେ। କେଶ ପାଇଁ ଆମଲା ଓ ଶିକାକାଇ ପ୍ୟାକ୍ ଲଗାନ୍ତୁ, ଏହାକୁ ଲଗାଇବା ଦ୍ୱାରା କେଶ ଝଡ଼ିବା ସମସ୍ୟାରୁ ମୁକ୍ତି ପାଇବା ସହିତ କେଶ ଘନ ଓ କଳା ହେବ। କେଶ ପାଇଁ ବି ଖାଦ୍ୟ ଦରକାର ନହଲେ ସେ ବଢ଼ିପାରିବ ନାହିଁ। ସେଥିପାଇଁ ସାମ୍ପୁ କରିବା ପୂର୍ବ ରାତିରେ ତେଲ ଲଗାଇ ମସାଜ୍ କରନ୍ତୁ। ମୋ ପର୍ସରେ କିଛି ଥାଉ କି ନଥାଉ ମେଡିସିନ ଓ ଗୋଟେ ଛୋଟିଆ ପର୍ସ ନିହାତି ରହିଥାଏ। ସେହି ଛୋଟ ପର୍ସରେ ମୁଁ ଡ୍ରାଇଭିଂ ଲାଇସେନସ୍, ମୋର ପରିଚୟ ପତ୍ର, ଏଟିଏମ୍ କାର୍ଡ଼ ରଖିଥାଏ।
ଫିଟ୍ ରହିବା ପାଇଁ ଉଷୁମ ପାଣି ପିଏ: ଜିନା ସାମଲ
ଫିଟ୍ନେସ୍ ମନ୍ତ୍ର
/sambad/media/post_attachments/wp-content/uploads/2018/02/Jina-Samal-beautiful-pics.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)