ସୁସ୍ଥ ରହିବାକୁ ଯୋଗ ଓ ଧ୍ୟାନ କରେ: ନିକିତା ମିଶ୍ର

ଫିଟ୍‌ନେସ୍‌ ମନ୍ତ୍ର

କୁନି କଳାକାର ଭାବେ ଡିଡି ଚ୍ୟାନେଲର ‘ଧର୍ମାତ୍ମା’ ଓ ‘ବସୁନ୍ଧରାରୁ’ ଅଭିନୟ ଆରମ୍ଭ କରିଥିବା ନିକିତାଙ୍କୁ ନିକଟରେ ଦର୍ଶକ ଓଡ଼ିଆ ସିନେମା ‘ଯୋଗୀ’ରେ ନାୟିକାଭାବେ ଦେଖିଛନ୍ତି।  ସେ ଛୋଟ ବେଳୁ ଶରୀର ପ୍ରତି ବେଶ୍‌ ଯତ୍ନବାନ୍‌। ସେ କୁହନ୍ତି, କ’ଣ ଖାଇବି, କେମିତି ଫିଟ୍‌ ରହିବି ସେଥିପ୍ରତି ସବୁବେଳେ ସଚେତନ ଥାଏ। ସକାଳେ ୩ରୁ ୪ ଘଣ୍ଟା ନୃତ୍ୟ, ଯୋଗ କରିବା ସହ ପ୍ରାତଃଭ୍ରମଣରୁ ଫେରି ଜୁସ୍‌ ପିଏ। ଭାତ ବିଲ୍‌କୁଲ୍‌ ଖାଏ ନାହିଁ। ସନ୍ଧ୍ୟାରେ କ୍ଷୀର ଓ ରାତିରେ ରୁଟି ଖାଏ। ରାତ୍ରି ଭୋଜନ ବହୁ ଶୀଘ୍ର ସାରିଦେବା ମୋର ଅଭ୍ୟାସ। କେଶକୁ ସୁସ୍ଥ ରଖିବାକୁ ସପ୍ତାହକୁ ଦୁଇ ଥର ସାମ୍ପୁ କରେ। ମୁହଁକୁ ସତେଜ ଓ ସୁନ୍ଦର ରଖିବାକୁ ଖରାରୁ ଦୂରେଇ ରୁହେ। ଦରକାର ପଡ଼ିଲେ ମୁହଁରେ କପଡ଼ା ବାନ୍ଧି ଯିବା ଆସିବା କରେ। ନିକିତା କୁହନ୍ତି, ମୁଁ ସବୁଠୁ ଅଧିକ ମୋ ମୁହଁର ଯତ୍ନ ନିଏ। ସକାଳୁ ଉଠି ଫେସଓ୍ଵାସ୍‌ ଲଗାଏ। ତା’ପରେ ମଶ୍ଚରାଇଜର ଲଗାଏ ଓ ରାତିରେ ଶୋଇବା ପୂର୍ବରୁ ନାଇଟ କ୍ରିମ୍‌ ଲଗାଇ ଶୁଏ। ତା’ଛଡ଼ା ମୁଁ ମେକ୍‌ଅପ୍‌ ବହୁତ କମ୍‌ ବ୍ୟବହାର କରେ। କେବଳ କ୍ୟାମେରା ସାମ୍ନାକୁ ଗଲେ ମେକ୍‌ଅପ୍‌ ବ୍ୟବହାର କରେ। ମୋ ପର୍ସରେ ଫୋନ୍‌, ଟଙ୍କା ଓ ଚକଲେଟ୍‌ ନିହାତି ରହିଥାଏ। ଖାଇବା ଭିତରେ ଚିକେନ୍‌ ମୋର ବହୁତ ପସନ୍ଦ। ଏହାର ସମସ୍ତ ଆଇଟମ୍‌ ମତେ ଭଲ ଲାଗେ। ମୁଁ ସମସ୍ତଙ୍କୁ କହିବି ନିଜ ବ୍ୟସ୍ତବହୁଳ ଜୀବନରେ ନିଜ ପାଇଁ କିଛି ସମୟ ବାହାର କରି ସକାଳୁ ଯୋଗ ଓ ଧ୍ୟାନ କରନ୍ତୁ କାରଣ ସମସ୍ତଙ୍କର ସୁସ୍ଥ ରହିବାର ଅଧିକାରର ରହିଛି।

ସମ୍ବନ୍ଧିତ ଖବର