ଫିଟ୍‌ନେସ୍‌ ମନ୍ତ୍ର, କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ଜିମ୍‌ ଯିବା ପାଇଁ ଭୁଲେ ନାହିଁ: ସମ୍ବିତ ଆଚାର୍ଯ୍ୟ

ପୁଅ ହୁଅନ୍ତୁ କି ଝିଅ ସମସ୍ତେ ଚାହାନ୍ତି ନିଜ ଶରୀରକୁ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ। ସେଥିପାଇଁ ଡାଏଟ, ଜିମ୍‌ ଓ ଖାଦ୍ୟ ପାନୀୟରେ ସାବଧାନତା ନିହାତି ଆବଶ୍ୟକ। ଏହି ସୌନ୍ଦର୍ଯ୍ୟର ଦୌଡ଼ରେ ଆମ ଓଡ଼ିଆ ଅଭିନେତା ମଧ୍ୟ କିଛି କମ୍‌ ନୁହନ୍ତି। ଓଲିଉଡର ସେମିତି ଜଣେ ସୁନ୍ଦର କଳାକାର ହେଉଛନ୍ତି ସମ୍ବିତ ଆଚାର୍ଯ୍ୟ। ସେ ଦେଖିବା ପାଇଁ ଯେମିତି ଅଭିନୟ ବି ସେମିତି କରନ୍ତି। ସମ୍ବିତ କୁହନ୍ତି ଅଭିନୟ ଜଗତରେ ପାଦ ଥାପିବା ମୋର ସବୁଠାରୁ ବଡ଼ ଲକ୍ଷ୍ୟ ଥିଲା। ଆଉ ଯେବେ ପ୍ରଥମ ଥର ମୋ ନିଜକୁ ପରଦାରେ ଦେଖିଲି ବହୁତ ଖୁସି ହେଲି। ଚଳଚ୍ଚିତ୍ର ଦୁନିଆରେ ରାଜୁତି କରିବା ପାଇଁ ମତେ ବହୁତ ପରିଶ୍ରମ କରିବା ପାଇଁ ପଡ଼େ। ମୋର କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ନିଜ ପାଇଁ ସମୟ ବହାର କରି ଜିମ୍‌ ଯାଏ। ଏଥିପାଇଁ ବିଭୁ ସାର ମୋ ଜିମ୍‌ ଟ୍ରେନର ଏବଂ ଡାଏଟ୍‌ ପ୍ଲାନର ନିଲ୍‌ ବହୁତ ସାହାଯ୍ୟ କରନ୍ତି। ଦିନରେ ପ୍ରାୟ ଅନେକ ସମୟ ଓ୍ଵାର୍କ ଆଉଟ କରେ। ଖାଇବା ପିଇବାରେ ସାବଧାନତା ଅବଲମ୍ବନ କରେ। ଖାଲି ମୁଁ ନୁହେଁ ସବୁ ପୁଅମାନେ ନିତିଦିନର ଖାଦ୍ୟ ପାନୀୟର ଯତ୍ନ ନେବା ଦରକାର। ସୁସ୍ଥ ଖାଦ୍ୟ ଓ ଏକ୍ସରସାଇଜ କଲେ ସମସ୍ତଙ୍କୁ ସ୍ୱାସ୍ଥ୍ୟବାନ ହେବାରେ କେହି ଅଟକାଇ ପାରିବେ ନାହିଁ। ଆଗକୁ ସମ୍ବିତଙ୍କ ‘ଯେଉଁଠି ଥିଲେ ବି ତୁ ମୋର’ ଓ ବିଶ୍ୱନାଥ ଚଳଚ୍ଚିତ୍ର ରିଲିଜ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର