ଭୁବନେଶ୍ବର : ଯୁବକକୁ ସଂଘବଦ୍ଧ ଆକ୍ରମଣ, ଅଭିଯୋଗକାରୀ ସହ ୫ ଗିରଫ

ଦାଦାବଟି ମାଗି ୫ ଗିରଫ

ଭୁବନେଶ୍ବର : ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗରେ ଅଭିଯୋଗକାରୀ ସହ ଖଣ୍ଡଗିରି ଥାନା ପୁଲିସ ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ବରମୁଣ୍ଡାର ଜୟନ୍ତ କୁମାର ରଣା, ଟୁଙ୍କୁ ରଣା, ମନୋଜ ମାଝି, ରାଜକୁମାର ବିଶୋଇ, ଓ ଖୋଦ୍‌ ଅଭିଯୋଗକାରୀ ରାମଚନ୍ଦ୍ର ବେହେରା। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୂଚନା ମୁତାବକ, ସମସ୍ତ ଅଭିଯୁକ୍ତ ବରମୁଣ୍ଡାରେ ରୁହନ୍ତି। ରାମଚନ୍ଦ୍ର ଜଣେ ଅଭିଯୋଗକାରୀଙ୍କ ଭଉଣୀଙ୍କ ସହ ଫୋନ୍‌ରେ କଥା ହେଉଥିବା ଅଭିଯୁକ୍ତମାନେ ସନ୍ଦେହ କରିଥିଲେ। ରାମଚନ୍ଦ୍ର ପ୍ରେମ କରୁଥିବା ସନ୍ଦେହ କରି ଏହାକୁ ବିରୋଧ କରୁଥିଲେ। ଗତ ୧୪ ତାରିଖ ଦିନ ଅଭିଯୁକ୍ତମାନେ ରାମଚନ୍ଦ୍ରଙ୍କୁ ଧରିବା ସହ ଏଥିରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ। ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସା ଉଗ୍ରରୂପ ନେବା ସହ ଉଭୟଙ୍କ ମଧ୍ୟରେ ମାଡ଼୍‌ପିଟ୍ ହୋଇଥିଲା। ସମସ୍ତଙ୍କ ଶରୀରରେ କ୍ଷତ ସୃଷ୍ଟି ହୋଇଥିଲା। ଏ ନେଇ ଖଣ୍ଡଗିରି ଥାନାରେ ଉଭୟ ପକ୍ଷରୁ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ଆଜି ସମସ୍ତଙ୍କୁ ଗିରଫ କରିଛି।

ଦାଦାବଟି ମାଗି ୫ ଗିରଫ
ଭୁବନେଶ୍ବର : ପ୍ରିଣ୍ଟିଂ ପ୍ରେସ୍‌କୁ ୧୦ ହଜାର ଟଙ୍କା ଦାଦାବଟି ମାଗି ୫ ଜଣ ଗିରଫ ହୋଇଛନ୍ତି। ଅଭିଯୋଗ ହେବା ପରେ ତଦନ୍ତ କରି ଆଜି ସହିଦନଗର ଥାନା ପୁଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ, କେଶୁରାର ସଂଜିତ ବିଶ୍ୱାଳ, କୋରଡ଼କଣ୍ଟାର ଦିବ୍ୟରଂଜନ ବେହେରା, ତପନ ବେହେରା, ଆଦିତ୍ୟ ନନ୍ଦ ଓ ମାନସ ସାହୁ। ସୂଚନା ମୁତାବକ, ଲକ୍ଷ୍ମୀସାଗର ଥାନା ରିଫ୍ୟୁଜି କଲୋନି ଏ-୩୪ରେ ରହୁଥିବା ବିଭା ସେନ୍‌ଗୁପ୍ତଙ୍କ ସହିଦନଗର ଥାନା ଟଙ୍କପାଣି ରୋଡ୍‌ରେ ଏକ ପ୍ରିଣ୍ଟିଂ ପ୍ରେସ୍ ରହିଛି। ଏଠାକାର କେତେକ ଅସାମାଜିକ ବ୍ୟକ୍ତି ଦୀର୍ଘ ଦିନ ହେବ ତାଙ୍କଠାରୁ ମୋଟା ଅଙ୍କର ଦାଦା ବଟି ମାଗି ଆସୁଥିଲେ। ହେଲେ ଅନେକ ସମୟରେ ମାଲିକଙ୍କର ଦେଖା ହେଉ ନଥିବାରୁ ଏହା ସମ୍ଭବ ହେଉ ନ ଥିଲା। ଗତ ୩୧ ତାରିଖ ଦିନ ଚାନ୍ଦା ମାଗିବା ଲାଗି ଆସିବା ବେଳେ ପ୍ରେସ ମାଲିକ ବିଭା ସେନ୍‌ଗୁପ୍ତ ହାବୁଡ଼ରେ ପଡ଼ି ଯାଇଥିଲେ। ସେହି ସମୟରେ ଏହି ୫ଜଣ ଯାକ ତାଙ୍କୁ ବଟି ମାଗିଥିଲେ। ଏଥିରେ ସେ ରାଜି ନ ହେବାରୁ ସେମାନେ ପ୍ରେସକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ ଦେଇଥିଲେ। ଧମକ ପାଇବା ପରେ ସେ ସହିଦନଗର ଥାନାରେ ଏନେଇ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଥାନା ଆଇଆଇସି ବିରଞ୍ଚି ନାରାୟଣ ପତି ମାମଲାର ତଦନ୍ତ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର