ପୁରୁଣା ଭୁବନେଶ୍ୱର : ବୋତଣ୍ଡା ଗ୍ରାମରେ ଜଣେ ଦଳିତ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଏୟାରଫିଲଡ୍ ଥାନା ପୁଲିସ୍ ୫ଜଣ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ଯଦୁପୁର ଗ୍ରାମର ନାଜିର ଖାଁ, ଏସ୍.କେ ନାଜିର ମହମ୍ମଦ, ମହମ୍ମଦ ଆସିକ, ଏସ୍କେ ଚାନ୍ଦ, ଏସ୍କେ କରାମତ ତୁଲ୍ଲା। ପୁଲିସ୍ ସୂଚନା ଅନୁଯାୟୀ, ବୋତଣ୍ଡାର ଏକ ଶ୍ମଶାନ ଜମିରେ ଉକ୍ତ ୫ଜଣ ଦୋକାନ କରିଥିଲେ। ସ୍ଥାନୀୟ ଅଞ୍ଚଳର ସୁଭାଷ ଏହାର ବିରୋଧ କରିବାରୁ ଅଭିଯୁକ୍ତମାନେ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏ ସଂପର୍କରେ ଅଭିଯୋଗ ହେବାରୁ ପୁଲିସ୍ ଆଜି ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଦୋକାନରୁ ଚୋରି, ୪ ଗିରଫ
ଚନ୍ଦ୍ରଶେଖରପୁର : ବୃଦ୍ଧ ଦମ୍ପତିଙ୍କ ତେଜରାତି ଦୋକାନରୁ ଚୋରି କରିବା ଅଭିଯୋଗରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ୪ ଜଣଙ୍କୁ କୋର୍ଟ ଚାଲଣ କରିଛି। ଅଭିଯୁକ୍ତମାନେ ହେଲେ, ରବି ଦାସ, କାଳୁଚରଣ ବଡ଼କିଆ, ବନୁ ପ୍ରଧାନ, ସୁଶାନ୍ତ ମହାନ୍ତି। ଏହି ମାମଲାରେ ଆଉ ଦୁଇ ଜଣ ଫେରାର୍ ଥିବା ଜଣାପଡ଼ିଛି। ପୁଲିସ ସୂଚନାନୁସାରେ, ଗଙ୍ଗାଧର ସ୍ବାଇଁ ଓ ତାଙ୍କ ପତ୍ନୀ ଶୈଳଶ୍ରୀବିହାର ମଙ୍ଗଳା ଛକରେ ଏକ ଦୋକାନ କରିଛନ୍ତି। ବୁଧବାର ବିଳମ୍ବିତ ରାତିରେ ଅଭିଯୁକ୍ତମାନେ ତାଙ୍କ ଦୋକାନରୁ ସବୁ ଲୁଟି ନେଇଥିଲେ। ପୁଲିସ୍ ନିକଟସ୍ଥ ସିସିଟିଭି ଫୁଟେଜ୍ ତଦନ୍ତ କରି ଲୁଟେରାଙ୍କୁ ଠାବ କରିଥିଲା।