୫ ବାମପନ୍ଥୀ ଦଳ ପାଳିଲେ କଳା ଦିବସ

ଭୁବନେଶ୍ୱର : ବାବ୍ରୀ ମସଜିଦ୍‌ ଭଙ୍ଗା ଘଟଣାର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ରାଜ୍ୟର ୫ଟି ବାମପନ୍ଥୀ ଦଳ କଳା ଦିବସ ପାଳନ କରିଛନ୍ତି। ସିପିଆଇ, ସିପିଆଇଏମ୍‌, ସିପିଆଇଏମ୍‌ଏଲ ଲିବରେସନ୍‌, ଏସ୍‌ୟୁସିଆଇ କମ୍ୟୁନିଷ୍ଟ ଓ ଫରଓ୍ଵାର୍ଡ ବ୍ଲକ୍‌ ଏଥିରେ ସାମିଲ ହୋଇଥିଲେ। ୫ ବାମପନ୍ଥ ଦଳର କର୍ମକର୍ତା ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ବାବ୍ରୀ ମସଜିଦ୍‌ ଭଙ୍ଗା ଦେଶ ଇତିହାସର ଏକ କଳଙ୍କମୟ ଘଟଣା। ଦେଶରେ ସଂପ୍ରଦାୟିକ ଉତ୍ତେଜନା ଓ ଧର୍ମୀୟ ବିଦ୍ୱେଷକୁ ସଂଘ ପରିବାର ପ୍ରୋତ୍ସାହନ ଦେଉଥିବା ୫ ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା। ଏହାର ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ସେମାନେ ଦାବି କରିଥିଲେ। ବିକ୍ଷୋଭରେ ସିପିଆଇ ରାଜ୍ୟ ସଂପାଦକ ଦିବାକର ନାୟକ ଓ ଜୟନ୍ତ ଦାସ, ସିପିଆଇଏମ୍‌ର ସନ୍ତୋଷ ଦାସ ଓ ଦୁଷ୍ମନ୍ତ ଦାସ, ସିପିଆଇଏମ୍‌ଏଲ ଲିବରେସନ୍‌ର ଯୁଧିଷ୍ଠିର ମହାପାତ୍ର, ଏସ୍‌ୟୁସିଆଇର ସନ୍ତୋଷ ରଥ ଓ ନିମତା ଦାସ ପ୍ରମୁଖ ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର