ଭୁବନେଶ୍ୱର: କୁଆଖାଇ ନଦୀପଠାରେ ବସି ଡକାୟତି ପାଇଁ ଯୋଜାନ କରୁଥିବା ବେଳେ ମଂଚେଶ୍ୱର ଥାନା ପୁଲିସ ଅତର୍କିତ ଚଢ଼ାଉ କରି ୫ ଜଣ ଡକାୟତଙ୍କୁ ଗିରଫ କରିଛି । ପୁଲିସ ଡକାୟତମାନଙ୍କ ଠାରୁ ୨ଟି ବାଇକ, ଗୋଟିଏ ବନ୍ଧୁକ, ତିନୋଟି ଗୁଳି, ଭୁଜାଲି, ଛୁରୀ ଓ ୨ ପ୍ୟାକେଟ ଲଙ୍କାଗୁଣ୍ଡ ଜବତ କରିଛି ।
ଅଭିଯୁକ୍ତମାନେ ହେଉଛନ୍ତି ଶାନ୍ତିପଲ୍ଲୀ ବସ୍ତିରେ ରହୁଥିବା ଗଞ୍ଜାମ ଖଲ୍ଲିକୋଟ ବସ୍ଷ୍ଟାଣ୍ଡ ନିକଟ ଧୋବାସାହିର ସମୀର ଜେନା ଓରଫ ନନ୍ଦ, ତେଲୁଗୁବସ୍ତିରେ ରହୁଥିବା ଜଟଣୀ ତିରୁମାଲ ହରିଜନ ବସ୍ତିର ଲକ୍ଷ୍ମୀଧର ନାୟକ ଓରଫ ବିଟୁ, ସାଲିଆ ସାହି ବସ୍ତି ବିକାଶ ପରିଷଦରେ ରହୁଥିବା ଖଣ୍ଡପଡ଼ା ଗୁଠୁଣୀର ରାଜେଶ ବେହେରା ଓରଫ ସାପ, ନୂଆପଲ୍ଲୀ ଇସ୍କନ ବସ୍ତିରେ ରହୁଥିବା ଦିଗପହଣ୍ଡି ଫାଷ୍ଟ ଗେଟ୍ର ରଣଜିତ ପ୍ରଧାନ ଓରଫ ରଞ୍ଜି ଓ ହାପ୍ପି କିଡ୍ସ୍ ସ୍କୁଲ ପ୍ଲଟ ନମ୍ବର ୬୨୨ରେ ରହୁଥିବା ଦିଗପହଣ୍ଡିର ବିଜୁ ପଲାଇ। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି।
ନନ୍ଦ ନାମରେ ସହିଦନଗର ଥାନାରେ ଚୋରି ମାମଲା ରହିଥିବା ବେଳେ ଖଣ୍ଡଗିରି ଥାନାରେ ଗୋଟିଏ ଦୁଷ୍କର୍ମ ମାମଲା ରହିଛି। ସେହିଭଳି ବିଟୁ ନାମରେ ସହିଦନଗର ଥାନାରେ ଲୁଟ୍ ମାମଲା ରହିଥିବା ବେଳେ ସାପ ଓ ରଞ୍ଜୀ ନାମରେ ନୂଆପଲ୍ଲୀ ଥାନାରେ ୪ଟି ଲେଖାଏଁ ମାମଲା ସହ ଉଭୟଙ୍କୁ ୧୧୦ ଦଫାରେ କମିସନରେଟ୍ ପୁଲିସ ଜେଲ୍ ପଠାଇଥିବା ରେକର୍ଡ ରହିଛି। ସେହିଭଳି ବିଜୁ ନାମରେ ସହିଦନଗର ଓ ମଞ୍ଚେଶ୍ବର ଥାନାରେ ଚୋରି ଓ ଲୁଟ୍ ଅଭିଯୋଗରେ ୨ଟି ମାମଲା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/3317fa18-a3c8-4dec-b8b2-e56a0b45f4ae.jpg)