ଜଟଣୀ: ଜଟଣୀ ଥାନା ଅନ୍ତର୍ଗତ ନାଇଜର ଶିକ୍ଷାନୁଷ୍ଠାନ ନିକଟରେ ଆଜି ଏକ କାର୍ ଦୁର୍ଘଟଣାରେ ଗୋଟିଏ ପରିବାରର ୫ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ଅଛନ୍ତି। ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ତେବେ ପୁରୀରୁ ଜଗା ଦର୍ଶନ ସାରି ଖୋର୍ଦ୍ଧା ଫେରୁଥିବା ବେଳେ କାର୍ ଡ୍ରାଇଭର ଭାରସାମ୍ୟ ହରାଇବାରୁ କାର୍ଟି ଗଛରେ ପିଟିହୋଇଯାଇଥିଲା। କାର୍ର ସମ୍ମୁଖ ଭାଗ ନଷ୍ଟ ହୋଇଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର୍ଟିକୁ ଜବତ କରିଛି।
ଘଟଣାନୁଯାୟୀ, ଆଜି ମଧ୍ୟାହ୍ନ ସମୟରେ ପରିବାର ଲୋକେ ପୁରୀରୁ ମହାପ୍ରଭଚଙ୍କ ଦର୍ଶନ ସାରି ନିଜ ଘର ଖୋର୍ଦ୍ଧା ଭାଲିଆବାଡ଼ିକୁ କାର୍ ଯୋଗେ ଫେରୁଥିଲେ। ଏହି ସମୟରେ ଡ୍ରାଇଭର ଭାରସାମ୍ୟ ହରାଇ ନାଇଜର୍ ନିକଟ ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ଜୋର୍ରେ ପିଟିଦେଇଥିଲା। ସ୍ଥାନୀୟ ଲୋକେ ପହଞ୍ଚି କାର ଭିତରୁ ଆହତମାନଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣାରେ ସାମାନ୍ୟ ଆହତ ୩ଜଣ ବ୍ୟକ୍ତିଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅନ୍ୟ ଦୁଇଜଣ ଗୁରୁତରଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଏମ୍ସ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି।
ଗଛକୁ ପିଟିଲା କାର୍ ଗୋଟିଏ ପରିବାରର ୫ ଆହତ
ଜଟଣୀ ଥାନା ଅନ୍ତର୍ଗତ ନାଇଜର ଶିକ୍ଷାନୁଷ୍ଠାନ ନିକଟରେ ଆଜି ଏକ କାର୍ ଦୁର୍ଘଟଣାରେ ଗୋଟିଏ ପରିବାରର ୫ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ଅଛନ୍ତି। ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
/sambad/media/media_files/2025/06/30/aassdsd-2025-06-30-06-07-06.jpg)