ଦୁଇ ବସ୍ତିରେ ଭଙ୍ଗାହେଲା ୫ ମଦଭାଟି, ୨ ମହିଳାଙ୍କ ସମେତ ୮ଗିରଫ

ଭୁବନେଶ୍ବର : ଦେଶୀ ମଦଭାଟିର ପେଣ୍ଠସ୍ଥଳୀ ସାଲିଆସାହି ଓ ଶିଖରଚଣ୍ଡୀ ବସ୍ତି ସମେତ ୧୦ରୁ ଅଧିକ ସ୍ଥାନରେ ଏକକାଳୀନ ଚଢ଼ଉ କରି ଅବକାରୀ ବିଭାଗ ଆଜି ୫ଟି ମଦଭାଟି ଭାଙ୍ଗି ଦେଇଛି। ପାଖାପାଖି ୮ହଜାର ଲିଟର ଚାଉଳି ନଷ୍ଟ କରିବା ସହ ହଜାରେ ଲିଟର ଦେଶୀ ମଦ, ବହୁ ହାଣ୍ଡି, ଜାରକିନ୍, ଡ୍ରମ୍ ସମେତ ଏକ ବାଇକ୍ ଜବତ କରିଛି। ଏହାସହ ମଦଭାଟି ଚଳାଇବା ଅଭିଯୋଗରେ ୨ ମହିଳାଙ୍କ ସମେତ ମୋଟ ୮ ବେପାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ, ଶିଖରଚଣ୍ଡୀ ନଗରର ଟି.ଶୋଭା ଓ ଅଜୁ ସିଂହ, ସାଲିଆସାହିର ଶାନ୍ତି ହାଁସଦା, ପ୍ରଦୀପ ନାୟକ, ଜାଲି ମୁଣ୍ଡା, ବିପିନ ବଗର୍, ସୁରେନ୍ଦ୍ର ହେମ୍ବ୍ରମ୍, ଲକ୍ଷ୍ମଣ ମାଝି ଓ ଦୁର୍ଗାଚରଣ ହାଁସଦା।

ସୂଚନା ମୁତାବକ, ସାହି ଭିତରେ ଭାଟି ହେଲେ ଅବକାରୀ ବିଭାଗ ଚଢ଼ଉ କରି ଭାଙ୍ଗି ଦେଉଥିବାରୁ ଏହି ଅଭିଯୁକ୍ତମାନେ ଜଙ୍ଗଲ ଭିତରେ ଭାଟି କରି ମଦ ପ୍ରସ୍ତୁତ କରୁଥିଲେ। ଖୋର୍ଦ୍ଧା ଜିଲ୍ଲାପାଳ ଓ ଭୁବନେଶ୍ବର ଅବକାରୀ ବିଭାଗର ନିର୍ଦ୍ଦେଶକ୍ରମେ ମଦ ଭାଟିରେ ଚଢ଼ଉ ହୋଇଥିବା ଏହି ସ୍ବତନ୍ତ୍ର ଟିମ୍‌ରେ ଡିଏସ୍‌ଇ ଫ୍ଲାଇଙ୍ଗ ସ୍କ୍ବାଡ୍‌ର ଦେବାଶିଷ ପଟେଲ, ସରୋଜ କୁମାର ପରିଡ଼ା, ଉମାକାନ୍ତ ସ୍ବାଇଁ, ସଚିନ ବେହେରା, ଅବକାରୀ ବିଭାଗର ଆଇଆଇସି ବିକାଶ କୁମାର ନାୟକ, ଅଂଶୁମାନ ଜେନା, ନାରାୟଣ ଜେନା, ସୁଜିତ ମୁଦୁଲିଙ୍କ ସମେତ ଭୁବନେଶ୍ବର ମୋବାଇଲ୍ ୟୁନିଟ୍‌ର ଆଇଆଇସି ସମରଜିତ ଦାଶ, ମାନସୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର