ଭୁବନେଶ୍ୱର: ବର୍ଷା ବିତ୍ପାତ ଓ ଜଳବନ୍ଦୀ ଦ୍ୱାରା ଭୁବନେଶ୍ୱରବାସୀ ଯନ୍ତ୍ରଣା ଭୋଗୁଥିବାରୁ ଚଳିତବର୍ଷ ବିଏମ୍ସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସକୁ ନିରାଡ଼ମ୍ବର ଭାବେ ପାଳନ କରାଯାଇଛି। ଜାକଜମକର ସହ ଉତ୍ସବ ପାଳନ ନ କରି ସକାଳେ ବିଏମ୍ସି କାର୍ଯ୍ୟାଳୟରେ ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପତାକା ଉତ୍ତୋଳନ କରିଥିଲେ। ଏଥିରେ ମେୟର ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ କୁମାର ମହାନ୍ତି, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଡେପୁଟି ମେୟର କେ. ଶାନ୍ତି, ବିଏମ୍ସି କମିସନର କ୍ରିଷନ୍ କୁମାର, ଅତିରିକ୍ତ କମିସନର୍ ଶୁଭମ୍ ସାକ୍ସେନାଙ୍କ ସମେତ ବିଏମ୍ସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହାପରେ ମେୟରଙ୍କ ସମେତ କର୍ପୋରେଟର୍ମାନେ ବିଏମ୍ସି ଚିକିତ୍ସାଳୟକୁ ଯାଇ ଆଉଟ୍ଡୋର ଏବଂ ଓ୍ଵାର୍ଡରେ ଥିବା ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ। ସ୍ତ୍ରୀ ଓ ପ୍ରସୂତି ବିଭାଗର ୩୦ ଜଣ ରୋଗୀଙ୍କ ସମେତ ଭେଷଜ ଓ୍ଵାର୍ଡର ୧୫ ଓ ୩ଟି ସ୍ୱତନ୍ତ୍ର କ୍ୟାବିନ୍ରେ ଥିବା ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏହି ଅବସରରେ ମେୟର ଶ୍ରେୀ ଜେନା କହିଥିଲେ ବର୍ତର୍ମାନ ସମୟରେ ସହରର ପରିଚ୍ଛନ୍ନତା ଓ ସୌନ୍ଦର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି। ସହରକୁ ସବୁଜ କରିବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରୁଛୁ। ବିଶ୍ୱକପ୍ ହକିକୁ ଦୃଷ୍ଟିରେ ରଖି ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ବିଏମ୍ସି କମିସନର କି୍ରଷନ୍ କୁମାର କହିଲେ ଡ୍ରେନ୍ ବ୍ୟବସ୍ଥା ନବୀକରଣ କରିବାରେ ଉଭୟ ବିଏମ୍ସି ଓ ବିଡିଏ ପକ୍ଷରୁ ଉଦ୍ୟମ ଚାଲିଛି। ଯାନ୍ତ୍ରିକ ସଫେଇ, କୀର୍ତ୍ତିରାଜିର ବିକାଶ, ସୌନ୍ଦର୍ଯ୍ୟ ବୃଦ୍ଧି, ବ୍ରାଣ୍ଡିଂ ଦ୍ୱାରା ସହରର ବିକାଶ ତ୍ୱରାନ୍ଵିତ ହୋଇପାରିବ। ଅନ୍ୟପକ୍ଷରେ ଆସନ୍ତାକାଲି ବିଡିଏର ପ୍ରତିଷ୍ଠା ଦିବସ ନିରାଡ଼ମ୍ବର ଭାବେ ପାଳନ କରାଯିବ। ଏଥର କୌଣସି ପ୍ରକାର କାର୍ଯ୍ୟକ୍ରମ, ଉତ୍ସବ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ। ଗତ ଜୁଲାଇ ମାସରେ ସହରରେ ବର୍ଷା ବିତ୍ପାତ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।
ବିଏମ୍ସିର ସ୍ୱାୟତ୍ତ ଶାସନ ଦିବସ: ପତାକା ଉତ୍ତୋଳନ, ଫଳ ବଣ୍ଟନ
ନିରାଡ଼ମ୍ବରରେ ପାଳିତ ହେବ ବିଡିଏ ପ୍ରତିଷ୍ଠା ଦିବସ
/sambad/media/post_attachments/wp-content/uploads/2018/09/bmc-s.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)