ଭୁବନେଶ୍ୱର: କୋଲକାତାରୁ ଭାୟା ଭୁବନେଶ୍ୱର ହୋଇ ମୁମ୍ବାଇ ଯାଉଥିବା ଇଣ୍ଡିଗୋ ବିମାନ ୬ଇ-୩୭୫ରେ ଆଜି ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ହୋଇଯିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିମାନ ୬ଇ-୩୭୫ କୋଲକାତାରୁ ସକାଳ ୭ଟା ୧୦ରେ ବାହାରି ଭୁବନେଶ୍ୱରରେ ୮ଟା ୧୫ରେ ଅବତରଣ କରିବାର ଥିଲା। କିନ୍ତୁ ଅଧା ଆକାଶରେ ସମିକ୍ ବୋଷ ନାମକ ଜଣେ ଯାତ୍ରୀ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ବିମାନର କ୍ରିଉ ସଦସ୍ୟ ଆଶୁ ଚିକିତ୍ସା ଯୋଗାଇଥିଲେ ହେଁ ଯାତ୍ରୀ ଜଣଙ୍କ ସୁସ୍ଥ ହୋଇନଥିଲେ। ବିମାନଟି ଭୁବନେଶ୍ୱରରେ ଅବତରଣ କରିବାକୁ ଥିବାରୁ ପାଇଲଟ୍ ଯାତ୍ରୀଙ୍କ ଅସୁସ୍ଥତା ସମ୍ପର୍କରେ କଣ୍ଟ୍ରୋଲ ରୁମ୍କୁ ଜଣାଇଥିଲେ। ଏହାପରେ ବିମାନବନ୍ଦର କର୍ତ୍ତୃପକ୍ଷ ବିମାନ ପାର୍କିଂ ସ୍ଥଳରେ ଆମ୍ବୁଲାନ୍ସ ପ୍ରସ୍ତୁତ କରି ରଖିଥିଲେ। ବିମାନ ୮ଟା ୨୩ରେ ଅବତରଣ କରିବା ପରେ ଯାତ୍ରୀଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ପରେ ବିମାନଟି ନିର୍ଦ୍ଧାରିତ ସମୟରେ ମୁମ୍ବାଇ ଅଭିମୁଖେ ଉଡ଼ାଣ କରିଥିଲା।
ବିମାନରେ ଯାତ୍ରୀ ଅସୁସ୍ଥ ଆମ୍ବୁଲାନ୍ସରେ ଗଲେ ହସ୍ପିଟାଲ
/sambad/media/post_attachments/wp-content/uploads/2018/03/Indigo-Airlines-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)