ଭୁବନେଶ୍ବର: ହକିର ଅସଲ କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କ ଉପରେ ସିନେମା ନିର୍ମାଣ କରିବାର ଇଚ୍ଛା ଅଛି। ତାଙ୍କ ଭଳି ମହାନ ବ୍ୟକ୍ତିତ୍ବ ବିରଳ। ବହୁ ବ୍ୟକ୍ତି ତାଙ୍କ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଚେଷ୍ଟା କରି ମଧ୍ୟ ସଫଳ ହୋଇନାହାନ୍ତି। ସୁଯୋଗ ମିଳିଲେ ମୁଁ ପ୍ରଚେଷ୍ଟା କରିବି ବୋଲି କହିଛନ୍ତି ବଲିଉଡ୍ର ବିଶିଷ୍ଟ ନିର୍ମାତା, ପ୍ରଯୋଜକ ଏବଂ ଲେଖକ ଇମ୍ତିଆଜ ଅଲ୍ଲୀ। ମୁଁ ପ୍ରଥମ ଥର ହକି ଦେଖିବାକୁ ଆସିନାହିଁ, ଅନେକ ଥର ଏ ଜାତୀୟ ଖେଳକୁ ଦେଖିଛି। ମୁଁ ବି ବାସ୍କେଟବଲ୍ ଖେଳୁଥିଲି। ଆହତ ସମସ୍ୟା ମୋତେ ଆଗକୁ ବଢ଼ିବାକୁ ଦେଇନଥିଲା, ସେତେବେଳେ ମଧ୍ୟ ଏହି ଖେଳରେ ସେଭଳି ସୁଯୋଗ ନଥିଲା। ଏବେ ମୋ ଝିଅ ଈଦା ଅଲ୍ଲୀ ବାସ୍କେଟବଲ୍ ଖେଳୁଛି ବୋଲି ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଈଦା ସହିତ ଉପସ୍ଥିତ ଥିବା ଇମତିଆଜ ପ୍ରକାଶ କରିଥିଲେ। ଓଡ଼ିଶାରେ ବିଶ୍ବକପ୍ ହକି ହେବା ଏକ ଗର୍ବର ବିଷୟ। ଏଠାକାର ବିଶ୍ବସ୍ତରୀୟ ଭିତ୍ତିଭୂମି ମୋତେ ଖୁସି ଦେଇଛି। ସିନେମା ଭଳି ଖେଳ ମଧ୍ୟ ମଣିଷ ମନରେ ହସ ଫୁଟାଇବାର ଏକ ମାଧ୍ୟମ। ସିନେମା ମାଧ୍ୟମରେ ଖେଳର ବିକାଶ ଲାଗି ମୁଁ ମଧ୍ୟ ଚେଷ୍ଟା କରିବି ବୋଲି ଇମତିଆଜ ପ୍ରକାଶ କରିଥିଲେ। ଖେଳୁଆଡ ରାଷ୍ଟ୍ର ନିଶ୍ଚିତ ବିକଶିତ ବୋଲି ମତ ଦେଇଥିଲେ ଏହି ମହାନ ଚଳିଚ୍ଚିତ୍ର ବ୍ୟକ୍ତିତ୍ବ। ପୂର୍ବତନ କ୍ରୀଡ଼ାମନ୍ତ୍ରୀ ପ୍ରବୀଣ ଭଞ୍ଜଦେଓ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ହକି ଆମ ଜାତୀୟ କ୍ରୀଡ଼ା। ଅଶି ଦଶକ ପରଠାରୁ ଭାରତୀୟ ହକିର ପତନ ଘଟିଛି। ଓଡ଼ିଶାର ପଦକ୍ଷେପ ନିଶ୍ଚିତ ଏହାକୁ ମୁଖ୍ୟସ୍ରୋତକୁ ଆଣିବ ବୋଲି ଭଞ୍ଜଦେଓ ଆଶା ପ୍ରକାଶ କରିଥିଲେ।
ଧ୍ୟାନଚାନ୍ଦଙ୍କ ଉପରେ ସିନେମା କରିବାର ଇଚ୍ଛା ଅଛି: ଇମତିଆଜ ଅଲ୍ଲୀ
/sambad/media/post_attachments/wp-content/uploads/2018/12/Untitled-13-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)