ବାଲିପାଟଣା: ଚଳିତ ବର୍ଷର ବନ୍ୟାରେ ଗ୍ରାମ୍ୟ ଉନୟନ୍ନ ବିଭାଗ ରାସ୍ତା ଓ ଗ୍ରାମ୍ୟ ରାସ୍ତା ଅବସ୍ଥା ବେହାଲ ହୋଇଯାଇଛି। ପାଣି ସୁଅରେ ରାସ୍ତା ଫାଟି ଆଁ କରିଛି। ଗାଁ ଗହଳି ରାସ୍ତା ଅବସ୍ଥା ମଧ୍ୟ ଶୋଚନୀୟ ହୋଇ ପଡ଼ିଛି। ୫ ପଞ୍ଚାୟତରେ ଅଧିକ କ୍ଷତି ହୋଇଛି। ଏହା ବନ୍ୟାଞ୍ଚଳ ଲୋକଙ୍କ ସମସ୍ୟାକୁ ଆହୁରି ବଢ଼ାଇ ଦେଇଛି। ତୁରନ୍ତ ରାସ୍ତାଗୁଡିକୁ ମରାମତି ପାଇଁ ସାଧାରଣରେ ଦାବି ହେଉଛି। ବନ୍ୟା ସୁଅରେ ଦଳକଷଟି-ରାଜସ ରାସ୍ତା ଧସି ଯାଇଛି। ସ୍ଥାନେ ସ୍ଥାନେ ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି। ଏହି ରାସ୍ତାଟି କୁରୁଞ୍ଜିପୁର ପଞ୍ଚାୟତ ଲୋକଙ୍କ ପାଇଁ ଭୁବନେଶ୍ୱର ଯିବାର ମୁଖ୍ୟ ରାସ୍ତା। କିନ୍ତୁ ଏବେ ଅଟୋ ଯାଇ ପରୁନଥିବା ସ୍ଥାନୀୟ ଲୋକେ କହିଛନ୍ତି। ସେହିପରି ନରଦାରୁ କୁରଞ୍ଜିପୁର, ଇନ୍ଦୋଳକୁସିଆରି, ବିଲସାହି, ବାଲିପାଟଣାରୁ ରାଜସ, ବେଲମରା, କୃଷ୍ଣପୁର ରାସ୍ତାର ଅବସ୍ଥା ମଧ୍ୟ ସଙ୍ଗିନ ହୋଇ ପଡ଼ିଛି। ଫଳରେ ହଜାର ହଜାର ଲୋକଙ୍କ ଲାଗି ସମସ୍ୟା ଉପୁଜୁଛି।
ବନ୍ୟାରେ ଧସିଛି ରାସ୍ତା, ଯାତାୟାତ ବାଧାପ୍ରାପ୍ତ
/sambad/media/post_attachments/wp-content/uploads/2020/09/fh7fs98h7sf98h7sf98hhfsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)