ଭୁବନେଶ୍ୱର ରେଳ ଷ୍ଟେସନ୍‌ରୁ ଉଡନ୍ତା ସାପ ଉଦ୍ଧାର 

ଭୁବନେଶ୍ୱର: ମଙ୍ଗଳବାର ସକାଳେ ଭୁବନେଶ୍ୱର ରେଳ ଷ୍ଟେସନ୍‌ ନିକଟରୁ ମଞ୍ଚେଶ୍ୱର ବନ ଅଧିକାରୀ ଏକ ଉଡନ୍ତା ସାପ ଉଦ୍ଧାର କରିଛନ୍ତି। ପଶ୍ଚିମବଙ୍ଗର ଆସନସୋଲ ଅଞ୍ଚଳରୁ ଏହି ସାପ ଚାଲଣ କରୁଥିବା ନେଇ ପୁଲିସ ଜଣେ ବ୍ୟକ୍ତିକୁ ଗିରଫ କରିଛି। ଏହି ବ୍ୟକ୍ତି ଜଣକ ଅଣ ଓଡ଼ିଆ ଯୁବକ ବୋଲି ଜଣାପଡ଼ିଛି।

ସ୍ଥାନୀୟଲୋକଙ୍କ କହିବାନୁସାରେ, ସେମାନେ ଆଜି ରେଳ ଷ୍ଟେସନ୍‌ ନିକଟରେ ଏହି ବ୍ୟକ୍ତିକୁ ୨ଫୁଟ ଲମ୍ବ ଉଡନ୍ତା ସାପ ସହିତ ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ପୁଲିସକୁ ଖବର ଦେଇଥିଲେ। ପ୍ରାରମ୍ଭିକ ଯାଞ୍ଚରେ ପରେ ପୁଲିସ ଏହି ଉଡନ୍ତା ସାପକୁ ବନବିଭାଗକୁ ହସ୍ତାନ୍ତର କରି ଅଭିଯୁକ୍ତକୁ ଗିିରଫ କରି ନେଇଥିଲା। ବନବିଭାଗ ଏହି ସାପକୁ ଚନ୍ଦକା ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦେଇଛି।

ବିଜ୍ଞାନ ଅନୁସାରେ ଏହି ଉଡନ୍ତା ସାପକୁ କ୍ରିସୋପେଲିୟା ଓରନାଟା ଭାବେ ଜଣା ଯାଇଥାଏ। ଉଡାନ୍ତ ସାପ ସରୀସୃପଙ୍କ ମଧ୍ୟରୁ ଏକ ଦୁଲର୍ଭ ପ୍ରଜାତିର ସାପ। ଏହା ସହଜରେ ଉଡିପାରେ ନାହିଁ, କିନ୍ତୁ ଗଛରୁ ଗଛ ଦେଇ ଉଡିପାରେ। ଏହି ସାପ ଓଡ଼ିଶାର ଶିମିଳିପାଳ, କୁଲଡିହା ଅଭୟାରଣ୍ୟରେ ଦେଖିବାକୁ ମିଳିଥାଏ।

ସମ୍ବନ୍ଧିତ ଖବର