ଭୁବନେଶ୍ବର: ସଚିବାଳୟରେ ଥିବା କ୍ୟାଣ୍ଟିନ୍ରେ ଆଜି ଖାଦ୍ୟ ସୁରକ୍ଷା ପକ୍ଷରୁ ଖାଦ୍ୟର ମାନ ଯାଞ୍ଚ ହୋଇଛି। କ୍ୟାଣ୍ଟିନ୍ରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ସ୍ବାସ୍ଥ୍ୟକର କି ନୁହେଁ, ଖାଦ୍ୟ ସୁରକ୍ଷା ଅଧିକାରୀ ଯାଞ୍ଚ କରିଛନ୍ତି। ଅପରପେକ୍ଷ ରାଜଧାନୀରେ ବିକ୍ରି ହେଉଥିବା ପରିବାରେ ରଙ୍ଗ ମିଶୁଥିବା ଅଭିଯୋଗରେ ୟୁନିଟ-୧ ମାର୍କେଟ୍ରୁ ପରିବା ଓ ଫର୍ମାଲିନ୍ ମିଶୁଥିବା ଅଭିଯୋଗରେ ପୁଣିଥରେ ୟୁନିଟ୍-୪ ମାର୍କେଟ୍ରୁ ମାଛ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ସୂଚନା ଅନୁଯାୟୀ, ଆଜି ବିଏମ୍ସିର ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସମେତ ଅନ୍ୟ ସହଯୋଗୀ ସଚିବାଳୟେର ଥିବା କ୍ୟାଣ୍ଟିନ୍ରେ ଖାଦ୍ୟର ଯାଞ୍ଚ କରିଥିଲେ। ସଚିବାଳୟରେ ଥିବା ୪ଟି କ୍ୟାଣ୍ଟିନ୍ରେ ସେମାନେ ଯାଞ୍ଚ କରିବା ସହ ସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରିବାକୁ କ୍ୟାଣ୍ଟିନ୍ର କର୍ମଚାରୀଙ୍କୁ ସଚେତନ କରିଥିଲେ। ସେହିପରି ୟୁନିଟ-୧ ମାର୍କେଟ୍ରୁ କାଙ୍କଡ଼, କଲରା ଓ ପୋଟଳ ନମୁନା ଓ ୟୁନିଟ-୪ ମାର୍କେଟରୁ ରୋହି ଓ ମିରିକାଳି ମାଛର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଖାଦ୍ୟ ସୁରକ୍ଷା ପରୀକ୍ଷାଗାରକୁ ପଠାଯାଇଛି। ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ କହିବାନୁଯାୟୀ, ଯେଉଁ ପରିବାରେ ରଙ୍ଗ ଦିଆଯାଉଥିବା ଅଭିଯୋଗ ହେଉଛି, ତାହାର ନମୁନା ସଂଗ୍ରହ କରାଯାଉଛି। ୟୁନିଟ-୧ ରାଜଧାନୀର ପ୍ରମୁଖ ପରିବା ବଜାର ହୋଇଥିବାରୁ ଏଠାରୁ ଅନ୍ୟ ସ୍ଥାନକୁ ପରିବା ଯାଉଛି। ତେଣୁ ପ୍ରାଥମିକ ଉତ୍ସରୁ ଏହାକୁ ରୋକିବା ପାଇଁ ଏଭଳି ନମୁନା ସଂଗ୍ରହ କରାଯାଉଛି। ଏହାସହ ଫର୍ମାଲିନ୍ ଘଟଣା ନଜରକୁ ଆସିବା ପରେ ପୁନର୍ବାର ମାଛ ନମୁନା ସଂଗ୍ରହ କରାଯାଇଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।
ସଚିବାଳୟ କ୍ୟାଣ୍ଟିନ୍ରେ ଖାଦ୍ୟ ସୁରକ୍ଷା ଯାଞ୍ଚ
ୟୁନିଟ୍-୧ରୁ ପରିବା, ୪ରୁ ମାଛ ନମୁନା ସଂଗ୍ରହ
/sambad/media/post_attachments/wp-content/uploads/2018/10/secretariat-odisha.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)