ବିକ୍ରି ହେଉଛି ବାସି ଖାଦ୍ୟ :ଖଣ୍ଡଗିରି ମେଳାରୁ ୬ ଖାଦ୍ୟ ନମୁନା ସଂଗ୍ରହ

ଭୁବନେଶ୍ବର : ଖଣ୍ଡଗିରି ମେଳା ଆରମ୍ଭ ହୋଇଛି। ମେଳାରେ ଅନେକ ଖାଦ୍ୟ ଷ୍ଟଲ୍ ଥିବା ବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ପକ୍ଷରୁ ଏହାର ଯାଞ୍ଚ କରାଯାଉଛି। ଆଜି ଖାଦ୍ୟ ସୁରକ୍ଷା ପକ୍ଷରୁ ଖଣ୍ଡଗିରି ମେଳା ପରିସରରେ ଥିବା ୨୫/୨୦ ଖାଦ୍ୟ ଦୋକାନରେ ଯାଞ୍ଚ କରାଯାଇଥିଲା। ଅନେକ ଦୋକାନୀ ମେଳାରେ ବାସି ଖାଦ୍ୟ ବିକ୍ରି କରୁଥିବା ନଜରକୁ ଆସିଥିଲା। ତହିଁରୁ ୬୦/୭୦କେଜିର ବାସି ଖାଦ୍ୟ ନଷ୍ଟ କରାଯାଇଥିବା ସୂଚନା ମିଳିଛି। ଏହାସହ ମେଳା ପରିସରରୁ ୬ଟି ଖାଦ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପରୀକ୍ଷାଗାରକୁ ପଠାଯାଇଥିବା ଖାଦ୍ୟ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଯେଉଁ ହୋଟେଲ ବାସି ଖାଦ୍ୟ ବିକ୍ରି କରୁଥିବା ନଜରକୁ ଆସିଥିଲା ସେମାନଙ୍କର ଖାଦ୍ୟକୁ ନଷ୍ଟ କରି ଦିଆଯାଇଛି। ରାଜଧାନୀରେ ପଲିଥିନ୍‌ ବ୍ୟବହାର ଉପରେ କଟକଣା ଜାରି ହୋଇଥିବା ବେଳେ ଯେଉଁ ଦୋକାନୀମାନେ ପଲିଥିନ୍ ବିକ୍ରି କରୁଥିଲେ ସେମାନଙ୍କର ମଧ୍ୟ ଧରପଗଡ଼ ହୋଇଛି। ତେବେ ମେଳାକୁ ଶହ ‌ଶହ ଲୋକ ଆସୁଥିବା ବେଳେ ଲୋକମାନେ ଯେଭଳି ଭଲ ଖାଦ୍ୟ ପାଇପାରିବେ ସେଥିପାଇଁ ସବୁବେଳେ ନଜର ରଖାଯାଇଛି ବୋଲି ଖାଦ୍ୟ ସୁରକ୍ଷା ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର