ଜଟଣୀ: ସର୍ବଭାରତୀୟ ଫୁଟବଲ୍ ମହାସଂଘ ପକ୍ଷରୁ ରେଲୱେ ଖେଳ ପଡ଼ିଆରେ ମାସେ ବ୍ୟାପୀ ତୃଣମୂଳସ୍ତରୀୟ ଫୁଟବଲ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଆଜି ମାସେ ପୂର୍ତ୍ତି ଅବସରରେ ଜାତୀୟ ଫୁଟବଲ୍ ଦଳର ଚୟନକର୍ତ୍ତା, ପ୍ରଶିକ୍ଷକ ଶଙ୍କର୍ଷଣ ଜେନା ଏବଂ ସର୍ବଭାରତୀୟ ଫୁଟବଲ ମହାସଂଘର ସଂଯୋଜକ ସୁନୀଲ କୁମାର ମିତ୍ର ପ୍ରମୁଖ ଶିବିରରେ ଯୋଗଦେଇ ଶିଶୁମାନଙ୍କୁ ଫୁଟବଲ୍ ଖେଳ ଉପରେ ପରାମର୍ଶ ଦେଇଥିଲେ।
ଶିବିରରେ ମୁଖ୍ୟ ପ୍ରଶିକ୍ଷକ ଭାବେ କେଦାର ବରାଳ ଓ ବିଜୟ କୁମାର ମଙ୍ଗରାଜଙ୍କ ସହଯୋଗରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ପୂର୍ବତଟ ରେଳବାଇ ଫୁଟବଲ ସଂଗଠନର ସାଧାରଣ ସମ୍ପାଦକ ଜାକିର ହୁସେନ ଓ ଜଟଣୀ ପ୍ରେସ୍ କ୍ଲବର ଆବାହକ ହେମନ୍ତ ସୁନ୍ଦରାୟ ଯୋଗଦେଇ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ।