ଭୁବନେଶ୍ବର: ଆଜି ସକାଳେ ପୁନାମା ଗେଟ୍ରୁ ଏୟରଫିଲ୍ଡ ଥାନା ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ ହୋଇଛି। ଏଥିରେ ବାଉଁଶ ଓ ପଲିଥିନ୍ରେ ତିଆରି ହୋଇଥିବା ୩ଟି ହୋଟେଲ୍, ୧୧ଟି ଫାଷ୍ଟଫୁଡ୍ ଦୋକାନ, ୪୨ଟି କ୍ୟାବିନ୍, ୮ଟି ଟିଣ ଆଜ୍ବେଷ୍ଟସ୍ ସେଡ୍, ୯ଟି ବାଉଁଶ- ପଲିଥିନ୍ରେ ତିଆରି ପରିବା ଦୋକାନ, ୨୧ଟି ବାଉଁଶ-ପଲିଥିନ୍ରେ ତିଆରି ଫଳ ଦୋକାନ, ଗୋଟିଏ ଲୁହା ଗେଟ୍, ୫ଟି ଟିଣ ସେଡ୍ ଗ୍ୟାରେଜ୍ ଦୋକାନ ଓ ୪ଟି ପ୍ଲାଷ୍ଟିକ୍ ଦୋକାନ ଉଚ୍ଛେଦ ହୋଇଛି। ଏଠାରେ ଆହୁରି ଶହେରୁ ଊର୍ଦ୍ଧ୍ବ ଏଭଳି ଜବରଦଖଲ ରହିଛି। ସେଗୁଡ଼ିକୁ ମଧ୍ୟ ତୁରନ୍ତ ହଟାଯିବାକୁ ଯୋଜନା ହୋଇଛି। ଏହି ଉଚ୍ଛେଦ ବିଡିଏର ସିଇଏମ୍ସି ଟିମ୍ କରିଥିଲା। ସରକାରୀ କମିସନର ଲିଲନ୍ ସାହୁଙ୍କ ନେତୃତ୍ବରେ ବିଡିଏ ଏନ୍ଫୋର୍ସମେଣ୍ଟ ଅଫିସର୍ ପ୍ରମୋଦ ପାତ୍ର, ଲିଆସନ ଅଫିସର୍ ଶୁଭ୍ରାଂଶୁ ଶେଖର ମହାନ୍ତିଙ୍କ ସମେତ ବିଏମ୍ସିର ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ଓ କମିସନରେଟ୍ ପୁଲିସର ଫୋର୍ସ ମୁତୟନ ଥିଲେ। ବିଏମ୍ସି ଓ ବିଡିଏର ଦୁଇଟି ଜେସିବି ନିୟୋଜିତ ହୋଇଥିଲା।
ପୁନାମା ଗେଟ୍ରେ ଜବରଦଖଲ ଉଚ୍ଛେଦ
/sambad/media/post_attachments/wp-content/uploads/2021/10/f65s4h654sf654hsf56sfhsfhsfhsfhsfhsfhsfhsfhsfhsfhsfhsfhsfhsfhsfhsfhsfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)