ପୁରୁଣା ଭୁବନେଶ୍ୱର : ଜଣେ ହିନ୍ଦୁଙ୍କୁ ବିବାହ କରିଥିବା ସ୍ପେନ୍ର ଜଣେ ମହିଳାଙ୍କୁ ଆଜି ସେବାୟତମାନେ ବିଦେଶିନୀ କହି ତଡ଼ି ଦେଇଥିଲେ। ମନ୍ଦିରରେ ବିଦେଶିନୀ ପ୍ରବେଶ କରିବାରୁ ଧୋପାକାଳ ପରେ ଅନ୍ୟ ନୀତି କରାଯାଇଥିଲା। ବିଦେଶିନୀ ଜଣଙ୍କୁ ଶ୍ରୀଲିଙ୍ଗରାଜ ଥାନାରେ ଅଟକ ରଖାଯାଇଥିଲା। ମାତ୍ର ପରେ ତାଙ୍କୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ହିନ୍ଦୁଙ୍କୁ ବିବାହ କରିଥିବା ସ୍ପେନ୍ର ଏହି ମହିଳା ଜଣଙ୍କ ଭରତୀୟ ମହିଳାଙ୍କ ବେଶରେ ଅପରାହ୍ଣ ପ୍ରାୟ ସାଢ଼େ ୨ଟାରେ ମନ୍ଦିରକୁ ପ୍ରବେଶ କରିଥିଲେ। ସେ ମନ୍ଦିର ଭିତରେ ପୂଜା କରିବା ବେଳେ ତାଙ୍କ ଭାଷାରୁ ସେ ଜଣେ ବିଦେଶିନୀ ବୋଲି ଜଣାପଡ଼ିଥିଲା। ତେବେ ସେବାୟତମାନେ ଏହା ଦେଖି ତାଙ୍କୁ ମନ୍ଦିର ବାହାରକୁ ନେଇଥିଲେ। ସିଂହଦ୍ବାରଠାରେ ଥିବା ପୁଲିସ ତାଙ୍କୁ ଥାନାକୁ ନେଇଥିଲା। ପ୍ରାୟ ଅଢ଼େଇ ଘଣ୍ଟାକାଳ ସେ ଅଟକ ରହିଥିଲେ। ତେବେ ସେ ଗର୍ଭବତୀ ଥିବାରୁ ତାଙ୍କୁ ଛାଡ଼ି ଦେବାକୁ ସେବାୟତମାନେ ଅନୁରୋଧ କରିଥିଲେ। ପରେ ମନ୍ଦିରରେ ଚୂନ ପାଣି ସିଞ୍ଚନ କରାଯାଇ ମାଘସ୍ନାନ ହୋଇଥିଲା। ପରେ ଧୋପାକାଳ କରାଯାଇ ନୀତି ଆରମ୍ଭ ହୋଇଥିଲା।
ବିଦେଶିନୀ କହି ତଡ଼ିଲେ
/sambad/media/post_attachments/wp-content/uploads/2018/12/lin.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)