ମଂଜରୀ ଦେବୀ ପବ୍ଲିକ ସ୍କୁଲ ପରିସରରେ ବନ ମହୋତ୍ସବ

ବାଲିଅନ୍ତା: ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ସ୍ଥାନୀୟ ପଞ୍ଚାୟତ ରୋଡ୍‌ସ୍ଥିତ ମଞ୍ଜରୀ ଦେବୀ ପବ୍ଲିକ ସ୍କୁଲ ପରିସରରେ ଆଜି ଚାରାରୋପଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ଏକାଠି ହୋଇ ସ୍କୁଲ ପରିସରରେ ସଂରକ୍ଷିତ ସ୍ଥାନରେ ଏବଂ କଂକ୍ରିଟ କୁଣ୍ଡରେ ବିଭିନ୍ନ ଚାରାରୋପଣ କରିଥିଲେ। ଏଥିସହ ଏ ସଂପର୍କିତ ପ୍ଲାକାର୍ଡ ବଣ୍ଟନ କରାଯିବା ସହ ପରିବେଶ ସୁରକ୍ଷା ଏବଂ ବିଶ୍ବ ତାପାୟନ ସଂପର୍କିତ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା। ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବା ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷକ/ ଶିକ୍ଷୟିତ୍ରୀମାନେ ଉତ୍ସାହିତ କରିଥିଲେ। ଭାଇସ୍‌ ଚେୟାରମ୍ୟାନ୍‌ ଜ୍ୟୋତ୍ସ୍ନା ଦାଶ ଓ ଅଧ୍ୟକ୍ଷା ପ୍ରଭାତୀ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର