ଭୁବନେଶ୍ବର : ରାଜ୍ୟରେ ଜଙ୍ଗଲ ନିଆଁ ଆୟତ୍ତାଧୀନ ଅଛି। ଅଳ୍ପ କିଛି ସ୍ଥାନରେ କ୍ରମାଗତ ନିଆଁ ଥିବାରୁ ତାହାକୁ ପ୍ରଶମିତ କରିବା ପାଇଁ କ୍ଷେତ୍ର କର୍ମଚାରୀଙ୍କ ପ୍ରଚେଷ୍ଟା ଜାରି ରହିଛି। କ୍ଷେତ୍ର କର୍ମଚାରୀମାନେ ଅଗ୍ନିପ୍ରବଣ ଓ ହଟ୍ସ୍ପଟ୍ ଅଞ୍ଚଳରେ ଲାଗିଥିବା ନିଆଁକୁ ଅଧିକ ମାନବ ଶକ୍ତି, ଭିତ୍ତିଭୂମି, ଆଗ୍ନିକ ଓ ଆଗ୍ନିକ ଅଧିକାରୀଙ୍କ ସହଯୋଗରେ ପ୍ରଶମିତ କରୁଛନ୍ତି। ସମସ୍ତ କ୍ଷେତ୍ର କର୍ମଚାରୀ ସଜାଗ ଓ ସତର୍କ ରହିଛନ୍ତି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆସନ୍ତା କିଛି ଦିନ ମଧ୍ୟରେ ବର୍ଷା ହୋଇପାରେ। ଯାହାକି ଜଙ୍ଗଲ ନିଆଁ ଲିଭାଇବାରେ ଫଳପ୍ରଦ ହେବ। ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍)ଙ୍କ କାର୍ଯ୍ୟକ୍ରମରେ ଥିବା ଏଫ୍ଆଇଟିଜିସି ବିଭାଗ ଦ୍ବାରା ରାଜ୍ୟର ବନାଗ୍ନି ସ୍ଥିତିକୁ ଓଏଫ୍ଏମ୍ଏସ୍ ୱେବ୍ପୋର୍ଟାଲ ସହାୟତାରେ ନିରନ୍ତର ମନିଟରିଂ କରାଯାଉଛି। ପ୍ରତିଦିନ କ୍ଷେତ୍ରାଧିକାରୀଙ୍କ ସହ ନିଆଁର ସ୍ଥିତିକୁ ପର୍ଯ୍ୟାଲୋଚନା ଓ ସମୀକ୍ଷା କରାଯାଉଛି ବୋଲି ଫରେଷ୍ଟ ଫାୟାର ଟାସ୍କଫୋର୍ସ ପକ୍ଷରୁ କୁହାଯାଇଛି।
ଜଙ୍ଗଲ ନିଆଁ ମନିଟରିଂ ହେଉଛି: ଟାସ୍କଫୋର୍ସ
/sambad/media/post_attachments/wp-content/uploads/2021/03/fire-sambalpur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)