ଭୁବନେଶ୍ବର: ରାଜଧାନୀରେ ଫୁଟ୍‌ବଲ୍‌ର ଅଧୋପତନ ସ୍ଥିତିକୁ ନଜରରେ ରଖି ପୂର୍ବତନ ଖେଳାଳିମା‌‌ନେ ଏକାଠି ହୋଇଛନ୍ତି। ରବିବାର ରାଜଧାନୀର ପ୍ରାୟ ୪୦ଜଣ ଖେଳାଳି ମଦର୍ସ ପବ୍ଲିକ ସ୍କୁଲ୍‌ ପରିସରରେ ଏକାଠି ହୋଇ ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିଛନ୍ତି।

Advertisment

ମାସକ ମଧ୍ୟରେ ଭୁବନେଶ୍ବର ଭେ‌ଟେରାନ୍‌ ଫୁଟ୍‌ବଲ୍ ଖେଳାଳି ସଂଘ ଗଠିତ ହେବ ବୋଲି ଏହାର ଅଧ୍ୟକ୍ଷ ନବରଂଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ପ୍ରତି ରବିବାର ୟୁନିଟ୍‌-୬ ବାଳକ ହାଇସ୍କୁଲ୍ ପଡ଼ିଆରେ ଭେଟେରାନ୍ ଖେଳାଳିମାନେ ଅଭ୍ୟାସ କରିବାକୁ ନିଷ୍ପତ୍ତି ହୋଇଛି।