ଜଟଣୀ: ଜଟଣୀର ପୂର୍ବତନ ନଗରପାଳ ସ୍ବର୍ଗତ ବନମାଳୀ ଶତପଥୀଙ୍କ ୧୧୦ତମ ଜୟନ୍ତୀ ସମାରୋହ ବନମାଳି ପାଠାଗାରରେ ପାଳିତ ହୋଇଯାଇଛି। ପାଠାଗାରର ସମ୍ପାଦକ ଅକ୍ଷୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାହିତ୍ୟିକ ସୀତାକାନ୍ତ ଶତପଥୀ, ଚିନ୍ମୟ ମିସନ୍ ସ୍ୱାମୀ ଗଙ୍ଗାଧର ଦାସ, ଅଧ୍ୟାପକ ବିଜୟ ପଣ୍ଡା, ଆଇନଜୀବୀ ଅକ୍ଷୟ ଦାସ, ସୁକାନ୍ତୀ ମହାପାତ୍ର, ବରିଷ୍ଠ ନାଗରିକ ସଭାପତି ପ୍ରହଲ୍ଲାଦ ସାହୁ, ସାହିତ୍ୟ ସଂସଦ ସମ୍ପାଦକ ସତ୍ୟବାଦୀ ସାହୁ, ପୂର୍ବତନ ପୌର ଉପାଧ୍ୟକ୍ଷ ପହଲି ବିଶ୍ୱାଳ, ନଗର କଂଗ୍ରେସ ସଭାପତି ଅଶୋକ ମଙ୍ଗରାଜ, ଜାନକୀବଲ୍ଲଭ ମିଶ୍ର, ସରପଞ୍ଚ ଅହଲ୍ୟା ନାୟକ, ଲିଟୁ ରଞ୍ଜନ ଶତପଥୀ ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ। ସଭାରେ ବନ୍ଧୁ, ପରିବାରବର୍ଗ, ସ୍ଥାନୀୟ ନେତୃମଣ୍ଡଳୀ, ବନମାଳିପ୍ରେମୀ ଓ ବହୁମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଅଧ୍ୟାପକ ସୁଶାନ୍ତ ରାଉତ ଧନ୍ୟବାଦ ଦେଇଥିଲେ। ଏହା ପୂର୍ବରୁ ଜଟଣୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ନିକଟରେ ସ୍ଥାପିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା।