ଭୁବନେଶ୍ୱର : ନୂଆପଲ୍ଲୀ ଅଧିନରେ ଥିବା ଓ୍ଵାଡ ନମ୍ବର ୩୯ର ବାଲିତୋଟାସାହି ଲକ୍ଷ୍ମୀ ନାରାୟଣ ମନ୍ଦିର ସମ୍ମୁଖରେ ସି.ବି ଆଇ କଲୋନୀ ଛକ ପର୍ଯ୍ୟନ୍ତ କସ୍ତୁରି ମହିଳା ସଙ୍ଗଠନ ପକ୍ଷରୁ ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରି ବାଜପେୟୀଙ୍କ ଏକାଦଶାହରେ ଏକ ନିରବ ମହମବତୀ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କସ୍ତୁରି ମହିଳା ସଂଗଠନର ସଭାପତି କାନନବାଳା ମହାପାତ୍ର, ସଂପାଦିକା ବନଜା ଦାଶ, ନିଳକଣ୍ଠ ନଗରର ବରିଷ୍ଠ ନାଗରିକ ସଂଘର ସମ୍ପାଦକ ରମେଶ ଚନ୍ଦ୍ର ପଟ୍ଟନାୟକ ଓ ନୂଆସାହିର ମହାବୀର ସାମାଜିକ ସଙ୍ଗଠନର ସମ୍ପାଦକ ମିଲନ୍ କୁମାର ପାଇକରାୟ ଉପସ୍ଥିତ ଥିଲେ।
କସ୍ତୁରି ମହିଳା ସଂଗଠନ ପକ୍ଷରୁ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି
/sambad/media/post_attachments/wp-content/uploads/2018/08/40330289_461191581068884_5650927005793779712_n.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)