ଭୁବନେଶ୍ବର : ତମାଣ୍ଡୋ ନିକଟସ୍ଥ ଏକ ଘରୋଇ ଇଂଜିନିୟରିଂ କଲେଜ ପାଣ୍ଠିରୁ ସାଢ଼େ ୯୭ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ମାମଲାରେ କମିସନରେଟ୍ ପୁଲିସ ଜଣେ ପୂର୍ବତନ ଛାତ୍ରକୁ ଗିରଫ କରିଛି। ଅଭିଯୁକ୍ତ ଛାତ୍ର ହେଲେ ଝାଡ଼ଖଣ୍ଡର ବିକାଶ କୁମାର। ଏହା ପୂର୍ବରୁ ଏହି ମାମଲାରେ ତମାଣ୍ଡୋ ଥାନା ପୁଲିସ କଲେଜର ମହିଳା କର୍ମଚାରୀ ପାୟଲ୍ ମହାପାତ୍ରଙ୍କୁ ଗିରଫ କରିଥିଲା। ସୂଚନାଯୋଗ୍ୟ, ପାୟଲ୍ ଉକ୍ତ ଘରୋଇ କଲେଜରେ ସହକାରୀ ଆକାଉଣ୍ଟାଣ୍ଟ ଭାବେ କାମ କରୁଥିଲେ। ସେ ହଷ୍ଟେଲ ଫି’ ସହ ପିଲାଙ୍କଠାରୁ ଅନ୍ୟାନ୍ୟ ଫି’ ଆଦାୟ କରିବା ଦାୟିତ୍ବରେ ଥିଲେ। ଅଡିଟ୍ ବେଳେ ସେ ପ୍ରାୟ ୯୭ ଲକ୍ଷ ଟଙ୍କା କଲେଜ ଆକାଉଣ୍ଟରେ ଜମା କରିନଥିବା ଜଣାପଡ଼ିଥିଲା। ଏନେଇ ତମାଣ୍ଡୋ ଥାନାରେ କଲେଜର ଜିଏମ୍ କ୍ଷୀରୋଦ କୁମାର ଶତପଥୀ ଅଭିଯୋଗ କରିଥିଲେ। ଛାନ୍ଭିନ୍ରୁ ଜଣାପଡ଼ିଥିଲା ଯେ ପାୟଲ୍ କଲେଜର ଜଣେ ପୂର୍ବତନ ଛାତ୍ର ବିକାଶ କୁମାରକୁ ଏହି ଟଙ୍କା ପଠାଇଛନ୍ତି।
କଲେଜ ପାଣ୍ଠି ହଡ଼ପ ମାମଲା: ପୂର୍ବତନ ଛାତ୍ର ଗିରଫ
/sambad/media/post_attachments/wp-content/uploads/2022/03/arrest-22a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)