ଭୁବନେଶ୍ବର: ଗତ ଶୁକ୍ରବାର ସନ୍ଧ୍ୟାରେ ଝାରପଡ଼ା ଜେଲ୍ରେ ଜଣେ ନାଇଜେରୀୟ କଏଦୀ ଖ୍ରୀଷ୍ଠୋଫର୍ ଡିଜୋବାଁଙ୍କ ଆକ୍ରମଣରେ ଵାର୍ଡର ଭଗବାନ ରେଡ୍ଡୀ ଆହତ ହୋଇଥିଲେ। ଏହି ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ଜେଲ୍ ଡିଜି ସୁଶାନ୍ତ ନାଥ, ଜେଲ୍ ଅଧୀକ୍ଷକ ମନୋରଞ୍ଜନ ପ୍ରତିହାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବାରିପଦା ଜେଲ୍କୁ ବଦଳି ହେବା ପୂର୍ବରୁ ଅଧୀକ୍ଷକ ଶ୍ରୀ ପ୍ରତିହାରୀ ଉକ୍ତ ମାମଲାର ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି। ନାଇଜେରୀୟ କଏଦୀ ଧାର୍ଯ୍ୟ ସମୟ ୪ ମିନିଟ୍ରୁ ଅଧିକ ସମୟ ଧରି ଫୋନ୍ରେ ଗପିବାରୁ ୱାର୍ଡର ବାରଣ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ କଏଦୀଜଣକ ୱାର୍ଡର ଶ୍ରୀ ରେଡ୍ଡୀଙ୍କୁ ଆକ୍ରମଣ କଲେ ବୋଲି ଅଧୀକ୍ଷକ ଶ୍ରୀ ପ୍ରତିହାରୀ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।
ଆଜି ଝାରପଡ଼ା ଜେଲ୍ର ନୂଆ ଅଧୀକ୍ଷକ ଭାବେ ସର୍ବେଶ୍ବର ସାହୁ ଦାୟିତ୍ବ ବହନ କରିଛନ୍ତି। ତାଙ୍କୁ ବଲାଙ୍ଗୀର ଜେଲ୍ରୁ ଏଠାକୁ ବଦଳି କରାଯାଇଛି। କାର୍ଯ୍ୟରେ ଯୋଗଦେବା ଅବସରରେ ଡିଜି ଶ୍ରୀ ନାଥ ତାଙ୍କୁ କିଛି ପରାମର୍ଶ ଦେଇଛନ୍ତି। ଝାରପଡ଼ା ସ୍ବତନ୍ତ୍ର ଜେଲ୍ ରାଜ୍ୟର ଅନ୍ୟତମ ପ୍ରମୁଖ କାରାଗାର ହୋଇଥିବାରୁ ପରିଚାଳନା ଦାୟିତ୍ବକୁ ଗୁରୁତ୍ବର ସହ ନେବାକୁ ସେ ନୂଆ ଅଧୀକ୍ଷକ ଶ୍ରୀ ସାହୁଙ୍କୁ କହିଛନ୍ତି। ଜେଲ୍ ଭିତରକୁ ନିଶା ପ୍ରବେଶ, ମୋବାଇଲ୍ ଓ ସିମ୍ କାର୍ଡ ପ୍ରବେଶ ଉପରେ କଡ଼ା ନଜର ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ଏନ୍କ୍ଲୋଜର୍ ଛାଡ଼ି କୌଣସି କଏଦୀ ଜେଲ୍ ପରିସରରେ ଏଣେତେଣେ ବୁଲିବା ଉପରେ କଟକଣା ଲଗାଇବାକୁ କୁହାଯାଇଛି। ସେହିଭଳି ଜେଲ୍ କର୍ମଚାରୀ ଓ କଏଦୀଙ୍କ ଭିତରେ ଥିବା ମଧୁଚନ୍ଦ୍ରିକା ଉପରେ ମଧ୍ୟ ଉଚିତ ନଜର ରଖିବାକୁ କୁହାଯାଇଛି।
ୱାର୍ଡରଙ୍କୁ ନାଇଜେରୀୟ କଏଦୀଙ୍କ ଆକ୍ରମଣ ମାମଲା, ଡିଜିଙ୍କୁ ରିପୋର୍ଟ ଦେଲେ ପୂର୍ବତନ ଅଧୀକ୍ଷକ
ଗତ ଶୁକ୍ରବାର ସନ୍ଧ୍ୟାରେ ଝାରପଡ଼ା ଜେଲ୍ରେ ଜଣେ ନାଇଜେରୀୟ କଏଦୀ ଖ୍ରୀଷ୍ଠୋଫର୍ ଡିଜୋବାଁଙ୍କ ଆକ୍ରମଣରେ ଵାର୍ଡର ଭଗବାନ ରେଡ୍ଡୀ ଆହତ ହୋଇଥିଲେ। ଏହି ମାମଲାର ତଦନ୍ତ କରି ରିପୋର୍ଟ ଦେବାକୁ ଜେଲ୍ ଡିଜି ସୁଶାନ୍ତ ନାଥ, ଜେଲ୍ ଅଧୀକ୍ଷକ ମନୋରଞ୍ଜନ ପ୍ରତିହାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
/sambad/media/media_files/2025/06/25/kjhgfdsa-2025-06-25-05-51-58.jpg)