ଫୋସ୍‌କାଓର ଷଷ୍ଠ ପ୍ରତିଷ୍ଠା ଦିବସ

ଚନ୍ଦ୍ରଶେଖରପୁର: ଫେଡେରେସନ୍‌ ଅଫ୍‌ ସିନିୟର୍‌ ସିଟିଜେନ୍‌ସ ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ଫୋସ୍‌କାଓ)ର ଷଷ୍ଠ ପ୍ରତିଷ୍ଠା ଦିବସ ତଥା ବାର୍ଷିକ ସାଧାରଣ ପରିଷଦ ବୈଠକ ଜୟଦେବବିହାରସ୍ଥିତ ଶ୍ରୀଗୁରୁ କଲ୍ୟାଣମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି କୃପାସିନ୍ଧୁ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ପୂର୍ବତନ ସୂଚନା କମିସନର୍‌ ଜଗଦାନନ୍ଦ, ଅବସର ବେଉରିଆ, ସୂର୍ଯ୍ୟମଣି ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରୁ ବରିଷ୍ଠ ନାଗରିକମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବରିଷ୍ଠ ନାଗରିକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଆୟୋଜିତ ମହାସଂଘର ବାର୍ଷିକ ସାଧାରଣ ପରିଷଦ ବୈଠକରେ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ସଂଗଠନର ସମ୍ପାଦକ ପ୍ରସନ୍ନ କୁମାର ଦାସ ବିବରଣୀ ପାଠ କରିଥିଲେ। ସଂଗଠନର ସଦସ୍ୟମାନେ ମହାସଂଘର କାର୍ଯ୍ୟକ୍ରମକୁ ଆଗକୁ ନେବା ପାଇଁ ବିଭିନ୍ନ ଆଲୋଚନା କରାଯାଇଥିଲା।

ସମ୍ବନ୍ଧିତ ଖବର