ମିଳିଗଲା ମଦର ଭଣ୍ଡାର, ୫ଗୁଣ ଅଧିକ ଦରରେ ବିକ୍ରି ହେଉଥିଲା

୧୦ ଲକ୍ଷ ଟଙ୍କାର ମଦ ଜବତ, ଲକଡାଉନରେ ଲକ୍ଷ ଲକ୍ଷ ଟଙ୍କାର ମୁନାଫା

ଭୁବନେଶ୍ବର: ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ରାଜ୍ୟରେ ଠିପି ବନ୍ଦ, ଠିପି ଖୋଲା ଓ ବାର୍‌ ବନ୍ଦ ରହିଛି। କିନ୍ତୁ ଅଧିକ ଅର୍ଥ ଲୋଭରେ ଚୋରା କାରବାର କରି ମୁନାଫା ମାରୁଛନ୍ତି ମଦ ଦୋକାନୀ। ରାଜ୍ୟର ବିଭିନ୍ନ ସ୍ଥାନରେ ମଦ ଦୋକାନରୁ ବିପୁଳ ପରିମାଣର ମଦ ଚାଲାଣ ଧରାପଡ଼ିଥିବା ବେଳେ ଏବେ ରାଜଧାନୀ‌ରେ ଏକ ବାର୍‌ର କଳା କାରନାମା ପଦାକୁ ଆସିଛି। ଚୋରାରେ ମଦ ବିକ୍ରି ହେଉଥିବା ଖବର ପାଇ କଟକ ରୋଡ୍‌ରେ ଥିବା ‘ରେନ୍ ଦ କ୍ଲବ’ ବାର୍‌ରେ ଆଜି ମଧ୍ୟାହ୍ନରେ ଚଢ଼ଉ କରିଛି କମିସନରେଟ୍‌ ପୁଲିସର କୁଇକ୍ ଆକ୍ସନ ଟିମ୍ (କ୍ୟୁଏଟି)। ଗ୍ରାହକ ବେଶରେ ଯାଇ ପ୍ରଥମେ ମଦ କିଣିବା ପରେ ବାର୍‌ ଉପରେ ଚଢ଼ଉ କରିଥିଲା କ୍ୟୁଏଟି। ପାଖାପାଖି ୨୦୦ ଲିଟର (୧୦ଲକ୍ଷରୁ ଅଧିକ ଟଙ୍କା)ର ବିଭିନ୍ନ ବ୍ରାଣ୍ଡର ନାମୀଦାମୀ ବିଦେଶୀ ମଦ ଜବତ ହୋଇଛି। ତେବେ ରାଜଧାନୀରେ ପୁଲିସ, ଅବକାରୀ ବିଭାଗ ନାକ ତଳେ କେମିତି ଚୋରା ମଦ କାରବାର ଚାଲିଥିଲା, ତାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହି ଘଟଣାରେ ଲକ୍ଷ୍ମୀସାଗର ଥାନା ପୁଲିସ ବାର୍‌ର ୨ଜଣଙ୍କୁ ଗିରଫ କରିଛି। ଅବକାରୀ ଟିମ୍ ଖବର ପାଇ ଲକ୍ଷ୍ମୀସାଗର ଥାନାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହା ଏକ ସାଂଘାତିକ ଅନିୟମିତତା ବୋଲି ଅବକାରୀ ବିଭାଗ ଜାଣିବାକୁ ପାଇଛି। ଜବତ ମଦକୁ ନିଜ ହେପାଜତକୁ ନେଇଛି ଭୁବନେଶ୍ବର ଅବକାରୀ ରେଞ୍ଜ। ଗିରଫ ଦୁଇ ଅଭିଯୁକ୍ତ ହେଲେ, ବାର୍‌ ସିକ୍ୟୁରିଟି ଗାର୍ଡ ପପୁନୁ ସାହୁ ଓ ଡ୍ରାଇଭର ସନ୍ତୋଷ ରାଉତ। ଏହି ଦୁଇଜଣ ତଳିଆ କର୍ମଚାରୀ ହୋଇଥିବା ବେଳେ ଏହା ପଛର ମୁଖ୍ୟ କାର୍ପଟଦାର ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ମଦ କାରବାର ସମ୍ପର୍କରେ ବାର କର୍ତ୍ତୃପକ୍ଷ କିଛି ଜାଣି ନ ଥିବା କହିଛନ୍ତି।

ବିୟର୍‌ ୫ ଶହ, ମଦ ୫ ହଜାର
ଲକ୍‌ଡାଉନ୍‌ରେ ମଦ ଦୋକାନ ବନ୍ଦ ହୋଇଥିବା ବେଳେ ମଦର ଚାହିଦା ବଢ଼ି ଯାଇଥିଲା। ମଦ ପିଇବା ଲାଗି ଲୋକ ଘୂରି ବୁଲିଥିଲେ। ଏହାର ଫାଇଦା ଉଠାଇଥିଲେ ମଦ ଦୋକାନୀ। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଯେଉଁ ବିୟର୍‌ ମୂଲ୍ୟ ୧୩୦ରୁ ୧୫୦ ଭିତରେ, ତାହାକୁ ୫ ଶହ ଟଙ୍କାରେ ବାର୍‌ ବିକ୍ରି କରୁଥିଲା। ସେହିପରି ଯେଉଁ ମଦର ମୂଲ୍ୟ ୧ ହଜାର ଟଙ୍କା, ତାହାକୁ ୪ରୁ ୫ ହଜାର ଟଙ୍କାରେ ବାର୍‌ କର୍ମଚାରୀ ବିକ୍ରି କରୁଥିଲେ। ଗତ କିଛି ଦିନ ହେଲା ଏଭଳି ଭାବେ ମଦ କାରବାର ଚଳାଇ ଆସିଥି‌ଲେ। ଏହି ଘଟଣା ଏବେ ପଦାକୁ ଆସିଛି। ଆଗରେ ତାଲା, ପଛ ପଟେ ବେପାର ଲକ୍‌ଡାଉନ୍‌ ପରଠାରୁ ମଦ ଦୋକାନ, ବାର୍‌ରେ ତାଲା ପଡ଼ିଛି। କିନ୍ତୁ ପଛ ବାଟ ଦେଇ ଚାଲିଛି ଚୋରା ବେପାର। ପୂର୍ବରୁ ଏକାଧିକ ଚୋରା ମଦ କାରବାର ଘଟଣାରେ ଏ କଥା ପୁଲିସ ଜାଣିବାକୁ ପାଇଥିଲା। ଏ ସମ୍ପର୍କରେ ଅବକାରୀ ଅଧୀକ୍ଷକଙ୍କୁ ମଧ୍ୟ ଅବଗତ କରାଯାଉଥିଲା। କିନ୍ତୁ ଘଟଣା ସେହିଠାରେ ଚପି ଯାଉଥିଲା। ରେନ୍‌ ଦ କ୍ଲବ୍‌ ବାର୍‌ରେ ଚୋରା ମଦ କାରବାର ଚାଲୁଥିବା ଖବର ପାଇ କ୍ୟୁଏଟିର ଦୁଇଜଣ କର୍ମଚାରୀ ଗ୍ରାହକ ବେଶରେ ପହଞ୍ଚିଥିଲେ। କଥାବାର୍ତ୍ତା ପରେ ଦୁଇ ପେଟି ବିୟର୍‌, ୪ ବୋତଲ ମଦ କିଣିବା ଲାଗି ଡିଲ୍ ହୋଇଥିଲା। ଯେତେବେଳେ ବାରର ପଛ ବାଟ ଦେଇ ମଦ ପେଟି ବାହାରି ଗାଡ଼ିରେ ଲୋଡ୍‌ ହେଲା, ସେହି ସମୟରେ ପୂର୍ବରୁ ଛକି ରହିଥିବା କ୍ୟୁଏଟି ଅତର୍କିତ ଚଢ଼ଉ କରିଥିଲା। ପଛ ବାଟ ଦେଇ ବାର୍‌ ଭିତରକୁ ଯିବା ପରେ ମଦ ଭଣ୍ଡାର ଦେଖିବାକୁ ପାଇଥିଲା। ଏହା ପରେ ଅବକାରୀ ଟିମ୍, ଲକ୍ଷ୍ମୀସାଗର ପୁଲିସ ମିଳିତ ଭାବେ ଚଢ଼ଉ କରି ବିପୁଳ ପରିମାଣର ମଦ ଜବତ କରିଥିଲେ।

ବିୟର୍‌ ୫ ଶହ, ମଦ ୫ ହଜାର
ଲକ୍‌ଡାଉନ୍‌ରେ ମଦ ଦୋକାନ ବନ୍ଦ ହୋଇଥିବା ବେଳେ ମଦର ଚାହିଦା ବଢ଼ି ଯାଇଥିଲା। ମଦ ପିଇବା ଲାଗି ଲୋକ ଘୂରି ବୁଲିଥିଲେ। ଏହାର ଫାଇଦା ଉଠାଇଥିଲେ ମଦ ଦୋକାନୀ। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଯେଉଁ ବିୟର୍‌ ମୂଲ୍ୟ ୧୩୦ରୁ ୧୫୦ ଭିତରେ, ତାହାକୁ ୫ ଶହ ଟଙ୍କାରେ ବାର୍‌ ବିକ୍ରି କରୁଥିଲା। ସେହିପରି ଯେଉଁ ମଦର ମୂଲ୍ୟ ୧ ହଜାର ଟଙ୍କା, ତାହାକୁ ୪ରୁ ୫ ହଜାର ଟଙ୍କାରେ ବାର୍‌ କର୍ମଚାରୀ ବିକ୍ରି କରୁଥିଲେ। ଗତ କିଛି ଦିନ ହେଲା ଏଭଳି ଭାବେ ମଦ କାରବାର ଚଳାଇ ଆସିଥି‌ଲେ। ଏହି ଘଟଣା ଏବେ ପଦାକୁ ଆସିଛି।

ଆଗରେ ତାଲା, ପଛ ପଟେ ବେପାର
ଲକ୍‌ଡାଉନ୍‌ ପରଠାରୁ ମଦ ଦୋକାନ, ବାର୍‌ରେ ତାଲା ପଡ଼ିଛି। କିନ୍ତୁ ପଛ ବାଟ ଦେଇ ଚାଲିଛି ଚୋରା ବେପାର। ପୂର୍ବରୁ ଏକାଧିକ ଚୋରା ମଦ କାରବାର ଘଟଣାରେ ଏ କଥା ପୁଲିସ ଜାଣିବାକୁ ପାଇଥିଲା। ଏ ସମ୍ପର୍କରେ ଅବକାରୀ ଅଧୀକ୍ଷକଙ୍କୁ ମଧ୍ୟ ଅବଗତ କରାଯାଉଥିଲା। କିନ୍ତୁ ଘଟଣା ସେହିଠାରେ ଚପି ଯାଉଥିଲା। ରେନ୍‌ ଦ କ୍ଲବ୍‌ ବାର୍‌ରେ ଚୋରା ମଦ କାରବାର ଚାଲୁଥିବା ଖବର ପାଇ କ୍ୟୁଏଟିର ଦୁଇଜଣ କର୍ମଚାରୀ ଗ୍ରାହକ ବେଶରେ ପହଞ୍ଚିଥିଲେ। କଥାବାର୍ତ୍ତା ପରେ ଦୁଇ ପେଟି ବିୟର୍‌, ୪ ବୋତଲ ମଦ କିଣିବା ଲାଗି ଡିଲ୍ ହୋଇଥିଲା। ଯେତେବେଳେ ବାରର ପଛ ବାଟ ଦେଇ ମଦ ପେଟି ବାହାରି ଗାଡ଼ିରେ ଲୋଡ୍‌ ହେଲା, ସେହି ସମୟରେ ପୂର୍ବରୁ ଛକି ରହିଥିବା କ୍ୟୁଏଟି ଅତର୍କିତ ଚଢ଼ଉ କରିଥିଲା। ପଛ ବାଟ ଦେଇ ବାର୍‌ ଭିତରକୁ ଯିବା ପରେ ମଦ ଭଣ୍ଡାର ଦେଖିବାକୁ ପାଇଥିଲା। ଏହା ପରେ ଅବକାରୀ ଟିମ୍, ଲକ୍ଷ୍ମୀସାଗର ପୁଲିସ ମିଳିତ ଭାବେ ଚଢ଼ଉ କରି ବିପୁଳ ପରିମାଣର ମଦ ଜବତ କରିଥିଲେ।

ପୂର୍ବରୁ ଏକାଧିକଥର ହୋଇଛି ଚଢ଼ଉ, କେମିତି ଜାଣିପାରିଲାନି ଥାନା?
ରେନ୍ ଦ କ୍ଲବରେ ପୂର୍ବରୁ ଏକାଧିକଥର ଚଢ଼ଉ କରିଛି ପୁଲିସ। ବେଆଇନ ଡ୍ୟାନ୍ସ ବାର୍‌ ଚାଲିବା ଅଭିଯୋଗରେ ରେଡ୍ ହୋଇଛି। ବାରମ୍ବାର କଟକଣା ସତ୍ତ୍ବେ ଆଇନ ଉଲ୍ଲଂଘନ କରି ଡ୍ୟାନ୍ସ ବାର ଚାଲିବା ଅଭିଯୋଗରେ ପୁଲିସ ଚଢ଼ଉ ହୋଇଛି। ଏଥର ଲକ୍‌ଡାଉନ୍ ସମୟରେ ଆଇନ ଉଲ୍ଲଂଘନ କରି ମଦ ବିକ୍ରି କରିବା ଅଭିଯୋଗରେ ରେଡ୍ କରିଛି କ୍ୟୁଏଟି। ମଦ କାରବାର ସମ୍ପର୍କରେ ସ୍ଥାନୀୟ ଥାନା ପୁଲିସ୍‌ କେମିତି ଜାଣି ପାରିଲାନାହିଁ, ତାକୁ ନେଇ ଉଠିଛି ପ୍ରଶ୍ନ। ମଦ କାରବାର ଚାଲୁଥିବା ନେଇ କ୍ୟୁଏଟି ଖବର ପାଇ କ୍ୟୁଏଟି ଚଢ଼ଉ କରିଥିଲେ ବି କେମିତି ପୁଲିସ ଖବର ପାଇଲା ନାହିଁ, ତାକୁ ନେଇ ଚର୍ଚ୍ଚା ଚାଲିଛି। ଏ ସଂପର୍କରେ କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି ଯେ ଲକ୍ଷ୍ମୀସାଗର ଥାନା ପୁଲିସ ଓ କ୍ୟୁଏଟି ଟିମ୍‌ ପକ୍ଷରୁ ମିଳିତ ଭାବେ ଚଢ଼ଉ କରାଯାଇଥିଲା।

ସମ୍ବନ୍ଧିତ ଖବର