ଭୁବନେଶ୍ବର : ଶୁକ୍ରବାର ସନ୍ଧ୍ୟାରେ ମାଷ୍ଟରକ୍ୟାଣ୍ଟିନ୍‌ ସିଟି ବସ୍‌‌ଷ୍ଟାଣ୍ଡ ନିକଟ ଫୁଟ୍‌ପାଥରୁ କ୍ୟାପିଟାଲ୍‌ ଥାନା ପୁଲିସ ଜବତ କରିଥିବା ଶବର ପରିଚୟ ମିଳିଛି। ସେ ହେଲେ, ପୁରୀ ଜିଲ୍ଲା ଗୋପ ଡ଼ଗରା ଅଞ୍ଚଳର ପରୀକ୍ଷିତ ବରାଳ(୩୫)। ସେ ‌ଏଠାରେ ବାପୁଜୀନଗର କଳିଙ୍ଗବସ୍ତିରେ ରହି କାମ କରୁଥିଲେ। ଶୁକ୍ରବାର ସନ୍ଧ୍ୟାରେ ପରୀକ୍ଷିତ ମାଷ୍ଟରକ୍ୟାଣ୍ଟିନ ବସ୍‌ଷ୍ଟାଣ୍ଡ ଫୁଟ୍‌ପାଥ ଉପରେ ନିଶ୍ଚଳ ଅବସ୍ଥାରେ ପଡ଼ି ରହିଥିଲେ। ତାଙ୍କୁ ଯେତେ ଡାକିଲେ ମଧ୍ୟ ଜବାବ ଦେଇନଥିଲେ। ଏନେଇ ଲୋକଙ୍କ ସନ୍ଦେହ ହେବାରୁ କ୍ୟାପିଟାଲ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ମୃତଦେହ ଜବତ କରିଥିଲା। ତାଙ୍କ ମୃତ୍ୟୁକୁ ନେଇ ପୁଲିସ ସନ୍ଦେହ କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

Advertisment