ଭୁବନେଶ୍ୱର: କମିସନରେଟ ପୁଲିସର ଆଜି ୧୫ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି | ଭୁବନେଶ୍ୱର ସ୍ଥିତ ସପ୍ତମ ବାଟାଲିୟନ ପଡିଆରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିଲା | ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥିଲେ | ପୁଲିସ ଡିଜି ସୁନୀଲ ବଂଶଲ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶି, ଭୁବନେଶ୍ୱର ଡିସିପି ପ୍ରତିକ ସିଂ ଓ କମିସନରେଟ ପୁଲିସର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏହି ଉତ୍ସବରେ ସାମିଲ ହୋଇଥିଲେ | ଏହି ଅବସରରେ କାର୍ଯ୍ୟକ୍ଷେତ୍ରରେ ଉତ୍ତମ ସେବା ପ୍ରଦାନ କରିଥିବା ୯ଜଣ ପୁଲିସ କର୍ମଚାରୀଙ୍କୁ ସମ୍ମାନିତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |

Advertisment

ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କମିସନରେଟ ପୁଲିସର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିବା ସହ ଆଗକୁ ଆହୁରି ଭଲ କାମ କରିବା ପାଇଁ ପରାମର୍ଶ ଦେଇଥିଲେ | ସାଇବର କ୍ରାଇମକୁ କିଭଳି ରୋକାଯାଇପାରିବ ସେନେଇ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ | ସେପଟେ କମିସନରେଟ ପୁଲିସ ପାଇଁ କୋଭିଡ ମୁକାବିଲା, ମେକ ଇନ ଓଡିଶା, ଫିପା ଅଣ୍ଡର ୧୭ୱେମନ୍ସ ୱାର୍ଲଡ କପ ଓ କଟକ ଭୁବନେଶ୍ୱରର ବିଭିନ୍ନ କାର୍ଯ୍ୟକ୍ରମ ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା ଓ ଏହାକୁ ଭଲ ଭାବେ ଆୟୋଜନ କରିପାରିଥିବାରୁ ଧନ୍ୟବାଦ ମଧ୍ୟ ଦେଇଥିଲେ |