ଭୁବନେଶ୍ବର: ନ୍ୟାସନାଲ ଅର୍ଗାନାଇଜେସନ୍ ଅଫ୍ ଇନ୍ସ୍ୟୁରାନ୍ସ ପେନସନର୍ସ (ଏନ୍ଓଆଇପି) ପକ୍ଷରୁ ଆଜି ସୂର୍ଯ୍ୟନଗରସ୍ଥିତ ଭାରତୀୟ ଜୀବନ ବୀମା ନିଗମ ପୁରୁଣା ମଣ୍ଡଳ କାର୍ଯ୍ୟାଳୟରେ ଭାରତୀୟ ମଜଦୂର ସଂଘର ୬୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ବୈଠକରେ ଏନଓଆଇପିର ସଭାପତି ବିକାଶ ରଞ୍ଜନ ରାୟ, ସମ୍ପାଦକ ଶ୍ରୀକାନ୍ତ ପାତ୍ର, ବ୍ରହ୍ମାନନ୍ଦ ପଣ୍ଡା, ଉମେଶ ଚନ୍ଦ୍ର ମହାନ୍ତି, ଅବନୀକାନ୍ତ ପାଟ୍ଟଯୋଶୀ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ୪ ଦଫା ସମ୍ବଳିତ ଏକ ପ୍ରସ୍ତାବ ଗୃହୀତ କରାଯାଇଥିଲା।
ପ୍ରସ୍ତାବ ଗୁଡ଼ିକ ମଧ୍ୟରେ କେନ୍ଦ୍ର ସରକାର ଅବିଳମ୍ବେ ୧୫% ରୁ ୩୦% ଫ୍ୟାମିଲି ପେନସନ ନୋଟିଫିକେସନ୍ କରିବା, ଜୀବନ ବୀମା କର୍ତ୍ତୃପକ୍ଷ ଖୁବଶୀଘ୍ର ପେନସନ ଅପଡେସନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବା, ଓଡ଼ିଶାରେ ଜୀବନବୀମାର ଆଞ୍ଚଳିକ ଓ ମାର୍କେଟିଂ ବିଭାଗ ଓ ବାଲେଶ୍ବରରେ ଏକ ମଣ୍ଡଳ କାର୍ଯ୍ୟାଳୟ ଖୋଲିବା ପାଇଁ କେନ୍ଦ୍ର ସରକାର ବୀମା ବୃତ୍ତି ନିର୍ଦ୍ଦେଶ ଦେବା, ଓଡ଼ିଶା ଜନୈକ ବୋର୍ଡ ମେମ୍ବର ଏଲଆଇସି ବୋର୍ଡକୁ ମନୋନୀତ କରିବା ଆଦି ରହିଛି।