ଭୁବନେଶ୍ବର: ଏକାମ୍ର ନିର୍ବାଚନମଣ୍ଡଳୀ ପକ୍ଷରୁ ବିଜେଡି ପ୍ରତିଷ୍ଠା ଦିବସ ଟଙ୍କପାଣି ସାଇମନ୍ଦିର ନିକଟ ସାଇ କନଭେନସନ୍ଠାରେ ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ବିଭିନ୍ନ ବକ୍ତାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସଫଳତାର ସହ ୨୫ବର୍ଷ ପୂରଣ କରିଛି ବୋଲି କହିଥିଲେ। ଓଡ଼ିଶାରେ ବିଜେଡି ସରକାରର ବହୁ ଜନକଲ୍ୟାଣକାରୀ ଯୋଜନାରେ ସାଧାରଣ ଜନତା ଉପକୃତ ହୋଇଛନ୍ତି। ସ୍ବାସ୍ଥ୍ୟ କାର୍ଡ ପ୍ରଚଳନ, ହାଇସ୍କୁଲ ଗୁଡ଼ିକରେ ‘୫ଟି’ରେ ରୂପାନ୍ତର, ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା, ମହିଳା ସଶକ୍ତୀକରଣ ସହ କ୍ରୀଡ଼ା କ୍ଷେତ୍ରରେ ଦୁଇ ଥର ହକି ବିଶ୍ବକପ୍ ଆୟୋଜନ କରି ବିଶ୍ବରେ ଉଦାହାରଣ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀଙ୍କ ଏହି ସୁଶାସନର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ବକ୍ତାମାନେ ଆହ୍ବାନ ଦେଇଥିଲେ।
ଏହି ସମାରୋହରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲିକ, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ସୁଜିତ କୁମାର, ସୁଲତା ଦେଓ, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅରୁଣ କୁମାର ସାହୁ, ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ସନ୍ତୋଷ ବେଜ୍, ଉଠାଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ, କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ, ଭୁବନେଶ୍ବର ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁ, ଜିଲ୍ଲାପରିଷଦ ସଦସ୍ୟ ସୁବାସ ସାହୁ, ଦଳର ଉପଦେଷ୍ଟା ପ୍ରତାପ ଜେନା, ମିହିର ମହାନ୍ତି, ପ୍ରକାଶ ବସ୍ତିଆ ପ୍ରମୁଖ ଯୋଗ ଦେଇଥିଲେ। ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ରାଉରକେଲାରୁ ଭର୍ଚୁଆଲ୍ରେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/27-8.jpg)