ବିଏସ୍‌ୟୁ ଓ ଡିଏସ୍‌ୟୁର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର : ବିପିୟୁଟି ଷ୍ଟୁଡେଣ୍ଟସ୍‌ ୟୁନିୟନ୍‌(ବିଏସ୍‌ୟୁ) ଓ ଡିପ୍ଲୋମା ଷ୍ଟୁଡେଣ୍ଟସ୍‌ ୟୁନିୟନ୍‌(ଡିଏସ୍‌ୟୁ)ର ଅଷ୍ଟମ ପ୍ର୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ୟୁନିଟ୍‌-୩ସ୍ଥିତ ବ୍ଲାଇଣ୍ଡ ଆସୋସିଏସନ୍‌ ପରିସରରେ ଆଜି ଅନୁଷ୍ଠିତ କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ସୁସ୍ଥ ସମାଜ ଗଠନରେ ଛାତ୍ରମାନଙ୍କ ପ୍ରମୁଖ ଭୂମିକା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ସଙ୍ଗଠନର ଆବାହକ ବିଜୟ ବସନ୍ତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମାଜସେବୀ ସନ୍ତୋଷ ଜେନା, ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ, ସବୁଜ ପତ୍ରିକାର ଅଧ୍ୟକ୍ଷ ରଜୀବ ରାୟ, ସଂଘର ଉପଦେଷ୍ଟା ରଶ୍ମି ରଞ୍ଜନ ବାରିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ଦେଶ ଓ ରାଜ୍ୟ ଗଠନରେ ସହାୟକ ହେବାକୁ ଆହ୍ଵାନ ଦେଇଥିଲେ।

ଏହି ଅବସରରେ ବିଏସ୍‌ୟୁର ସଭାପତି ଭାବେ ସୁବାଶିଷ ମହାନ୍ତି, କାର୍ଯ୍ୟକାରୀ ସଭାପତି ଭାବେ ରାଜ୍‌ କୁମାର ଦାଶ ମନୋନୀତ ହୋଇଛନ୍ତି। ଏଥିସହ ଉପସଭାପତି ଭାବେ ଅବନୀ ଶଙ୍କର ଲେଙ୍କା, ସାଇ ପ୍ରସାଦ ଲେଙ୍କା, ସୁବ୍ରତ କୁମାର ସାହୁ, ସୌମ୍ୟରଞ୍ଜନ ସ୍ୱାଇଁ, ଅମର ସେଠୀ, ଦିବ୍ୟରଞ୍ଜନ ଶ୍ରୀଚନ୍ଦନ, ସନ୍ତୋଷ କୁମାର ବାରିକ, ସାଧାରଣ ସମ୍ପାଦକ ଭାବେ ସୁଭ୍ରାଶୁ ପୁହାଣ, ଆଶିଷ ପ୍ରଧାନ, ବିଶ୍ୱଜିତ୍‌ ସାହୁ, ଶକ୍ତି ଦତ୍ତ, ଜ୍ୟୋତିପ୍ରକାଶ, ସୌଭାଗ୍ୟ କୁମାର ସାହୁ, ଆସିଫ୍‌ ଅନଓ୍ଵାର, ଅଂଶୁମାନ ମହାନ୍ତି, ଜଗବନ୍ଧୁ ସ୍ୱାଇଁ ମନୋନିତ ହୋଇଛନ୍ତି। ସମ୍ପାଦକ ଭାବେ ଜ୍ୟୋତିରଞ୍ଜନ ବେହେରା, ସତ୍ୟବ୍ରତ ମହାପାତ୍ର, ଗୌରବ ରାୟ, ସୁମନ୍ତ ପତ୍ରିକ, ଜଗତ୍‌ ପଟ୍ଟନାୟକ, ଚିନ୍ମୟ କୁମାର ରାଉତ, ରଶ୍ମିରଞ୍ଜନ, ସାଙ୍ଗଠନିକ ସମ୍ପାଦକ ଭାବେ କମଲ କୁମାର ରାଉତ, ଦିବ୍ୟ ପ୍ରକାଶ ପ୍ରଧାନ, ସୁବାଶିଷ ଦାସ, ସିତୁନ୍‌ କୁମାର ଦାଶ ମନୋନୀତ ହୋଇଥିଲେ। ଡିଏସ୍‌ୟୁର ସଭାପତି ଭାବେ ଅମ୍ରିତ ରଞ୍ଜନ ପ୍ରଧାନ, ଉପସଭାପତି ଭାବେ ବିଶ୍ୱ ପ୍ରତାପ ମଲ୍ଲିକ, ସାଧାରଣ ସମ୍ପାଦକ ଭାବେ ସିଦ୍ଧାର୍ଥଶେଖର କାଣ୍ଡି ଓ ବିଶ୍ୱଜିତ୍‌ ବସ୍ତିଆ ମନୋନୀତ ହୋଇଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ଲୋୟର ପିଏମ୍‌ଜିଠାରୁ ଛାତ୍ରମାନଙ୍କ ଏକ ବିଶାଳ ଶୋଭାଯାତ୍ରା ବ୍ଲଇଣ୍ଡ ଆସୋସିଏସନ୍‌ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା। ସାଧାରଣ ପରିଷଦର ସଦସ୍ୟ ସୁଜିତ୍‌ ରାଉତରାୟ, ଅମୂଲ୍ୟ କର, ଆଶିଷ ବେହେରା, ମହେନ୍ଦ୍ର ନାୟକ, ଜୀତେନ୍ଦ୍ର ସାହୁ, ସିଦ୍ଧେଶ୍ୱର ମହାକୁଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର