ଭୁବନେଶ୍ବର: ଆଜି ଭୁବନେଶ୍ବର-କଟକ କମିସନରେଟ ପୁଲିସର ୧୩ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଭୁବନେଶ୍ବରସ୍ଥିତ କମିସନରେଟ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏହି ସମାରୋହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ପୁଲିସ କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, କରୋନା ଭାଇରସ ମହାମାରୀ ଲାଗି ୨୦୦୦ ମସିହା ଚ୍ୟାଲେଞ୍ଜିଂର ସମୟ ଥିଲା। ଏହାର ମୁକାବିଲା କରିବା ପାଇଁ ପୁଲିସକୁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା।
ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ, କରୋନା ସଂକଟ ସମୟରେ ଲୋକେ ଆଇନ ଶୃଙ୍ଖଳାକୁ ପାଳନ କରିଛନ୍ତି। ଲୋକେ ଠିକ ସମୟରେ ଯଦି ଆଇନ ଶୃଙ୍ଖଳାକୁ ପାଳନ କରି ନଥାନ୍ତେ ତା’ହେଲେ ପୁଲିସକୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାନ୍ତା। ଆମ କର୍ମଚାରୀମାନେ ଶୃଙ୍ଖଳାର ସହିତ କାମ କରିଛନ୍ତି। ଆମର କର୍ମଚାରୀମାନଙ୍କୁ ଜନସାଧାରଣ ସହଯୋଗ କରିଛନ୍ତି।
/sambad/media/post_attachments/wp-content/uploads/2021/01/commissionarate1-1024x477.jpg)
ପୁଲିସ କର୍ମଚାରୀଙ୍କ ଦ୍ବାରା କରୋନା ସମୟରେ ୩ ଲକ୍ଷ ୨୦ ହଜାର ଖାଦ୍ୟ ପୁଡ଼ିଆ ବଣ୍ଟାଯାଇଛି। ପୁଲିସ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ସେହିପରି ୮୭ ଜଣ ପୁଲିସ କର୍ମଚାରୀ ପ୍ଲାଜମା ଦାନ କରିଛନ୍ତି। ଆମେ ୭ ଜଣ କର୍ମଚାରୀଙ୍କୁ ହରାଇଛୁ। କୋଭିଡ-୧୯ ସମୟରେ ୧୮ ହଜାର ଉଠା ବେପାରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପଡ଼ିଥିଲା। ଲକଡାଉନ ଓ ସଟଡାଉନ ସମୟରେ ଲୋକେ ପନିପରିବା ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯେପରି ସହଜରେ ପାଇପାରିବେ ସେଥିପାଇଁ ଆମର କର୍ମଚାରୀମାନେ କାମ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/commissionarate.jpg)