ଭୁବନେଶ୍ବର: ଆୟକର ଭବନ ପରିସରରେ ଆୟକର କର୍ମଚାରୀ ମହାସଂଘର ୭୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ମହାସଂଘର ଉପସଭାପତି ରାଧେଶ୍ୟାମ ଗିରି ପତାକା ଉତ୍ତୋଳନ କରିଥିଲେ। ମହାସଂଘର ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ପଟ୍ଟନାୟକ, ସଂଘର ପୂର୍ବତନ ସାଧାରଣ ସମ୍ପାଦକ କେ.କେ ଏନ୍ କୁଟ୍ଟିଙ୍କ ଅବଦାନ ବିଷୟରେ ବର୍ଣ୍ଣନା କରିଥିଲେ। ଆଜିର ଦିନରେ କର୍ମଚାରୀମାନଙ୍କୁ ଏକଜୁଟ୍ ହୋଇ ନ୍ୟାଯ୍ୟ ଦାବି ପାଇଁ ସଂଘର୍ଷ କରିବାକୁ ପଡ଼ିବ ବୋଲି କହିଥିଲେ।
ସଂଘ କିଭଳି କର୍ମଚାରୀଙ୍କ ସ୍ବାର୍ଥ ରକ୍ଷା ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛି ସେ ବିଷୟରେ ଅତିରିକ୍ତ ଆୟକର ଆୟୁକ୍ତ ଅସୀମ ଚକ୍ରବର୍ତୀ ସୂଚନା ଦେଇଥିଲେ। ଏହି ଅବସରରେ ଆୟକର ଗେଜେଟେଡ୍ ଅଫିସର ସଂଘର ସାଧାରଣ ସମ୍ପାଦକ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ଆୟକର ପେନସନଭୋଗୀ ସଂଘର ସାଧାରଣ ସମ୍ପାଦକ ରବି ନାରାୟଣ ମହାନ୍ତି ମଧ୍ୟ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାନସ ରଞ୍ଜନ ବାରିକ, ଲଳିତ କୁମାର ପଣ୍ଡା, ଏମ୍ କ୍ରିଷ୍ଣା ସାଇ, ତହସିଲ ଭୋଇ, ସଞ୍ଜୟ କୁମାର ବେହେରା, ଅନିଲ କୁମାର ଦାସ, ସୁରେନ୍ଦ୍ର ମାଝି, ଆଲୋକ ମହାରଣା, ପ୍ରହଲ୍ଲାଦ ସାହୁ ଓ ଦୀପ୍ତି ସାହୁ ଉପସ୍ଥିତ ଥିଲେ।