କଳିଙ୍ଗ ସେନାର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର : କଳିଙ୍ଗ ସେନାର ୧୭ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ଲୋୟର ପିଏମ୍‌ଜିରେ ଅନୁଷ୍ଠିତ ହୋଇଯାଇଛି। ସେନା ସୁପ୍ରିମୋ ହେମନ୍ତ ରଥ କହିଲେ, ଓଡ଼ିଶାର ବିକାଶକୁ କେବଳ ଛୋଟ ଆଞ୍ଚଳିକ ରାଜନୈତିକ ଦଳ ଆଗକୁ ନେଇ ପାରିବେ। ରାଜ୍ୟର ଯୁବକ/ଯୁବତୀଙ୍କ ସହିତ ଦଳ ରହିଛି। ଆଗାମୀ ଦିନରେ କିଭଳି ରାଜ୍ୟର ବେକାରମାନଙ୍କୁ ଅଧିକ ସଂଖ୍ୟାରେ ନିଯୁକ୍ତି ଦିଆଯିବ ତାହା ଉପରେ ଦଳ ଜୋର ଦେଉଛି ବୋଲି ଶ୍ରୀ ରଥ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାବନୀ ଚରଣ ପଟ୍ଟନାୟକ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମୃଦ୍ଧ ଓଡ଼ିଶାର ସଭାପତି ଯତୀଶ ମହାନ୍ତି ଉପସ୍ଥିତ ଥିଲେ। ସେନାର ସାଧାରଣ ସଂପାଦକ ସବ୍ୟସାଚୀ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜଗବନ୍ଧୁ ମହାନ୍ତ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ମହାରାଷ୍ଟ୍ରର ପୂର୍ବତନ ପୁଲିସ ଡିଜି ଅରୂପ ପଟ୍ଟନାୟକଙ୍କୁ ‘କଳିଙ୍ଗ ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରେ ବରଗଡ଼ ଧନୁଯାତ୍ରର କଂସ ମହାରାଜା ସୁଶୀଲ ମେହେର, ବିଭୁ ସନ୍ତୋଷ ବେହେରା, ଧୀରେନ ମହାନ୍ତି, ପ୍ରଦୀପ୍ତ କୁମାର ଶତପଥୀ, ଅନିଲ କୁମାର ଦୀକ୍ଷିତ, ବସନ୍ତ ଖିଲାର, ଜ୍ଞାନ ପାଣି, ବ୍ରଜେଶ ସେନାପତି, ନିରଞ୍ଜନ ମହାନ୍ତ, ଅବଦୁଲ କୟୁମ ଖାନ, ସରପଞ୍ଚ ମହାସଂଘର ସଭାପତି ଦିଗମ୍ବର ଜେନା ଓ ତ୍ରିଲୋଚନ ଖୁଣ୍ଟିଆ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବୈକୁଣ୍ଠ ଧଙ୍ଗଡ଼ା ମାଝୀ, ହୃଷୀକେଶ ସେନାପତି, ଶିବାଶିଷ ଦାଶ, ନିହାର ପାଣି, ଅମରେଶ ରାଉତ, ରମେଶ ପଣ୍ଡା ଓ ଋଷିବର ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର