ଚନ୍ଦ୍ରଶେଖରପୁର : ହୁପିଂ କାଶର ଚିକିତ୍ସା କ୍ଷେତ୍ରରେ ସେପରି ଆଖିଦୃଶିଆ ସଫଳତା ମିଳିନାହିଁ। କିନ୍ତୁ ଆଇଏଲ୍ଏସ୍ ଖୁବ୍ଶୀଘ୍ର ଏହି ବ୍ୟାଧିର ନିରାକରଣ କ୍ଷେତ୍ରରେ ସଫଳତା ପାଇବ। ଆଜି ଆଇଏଲ୍ଏସ୍ର ୨୭ତମ ପ୍ରତିଷ୍ଠା ଦିବସ ଅବସରରେ ଅନୁଷ୍ଠାନର ନିର୍ଦ୍ଦେଶକ ପଦ୍ମଶ୍ରୀ ଡ. ଅଜୟ ପରିଡ଼ା ଏହା ପ୍ରକାଶ କରିଥିଲେ। ଏହି ଅବସରରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସମାଜର ସବୁବର୍ଗର ଲୋକଙ୍କ ପାଖରେ ବିଜ୍ଞାନର ଉପକାରିତା ପହଞ୍ଚାଇବା ଉପରେ ଶ୍ରୀ ବେହେରା ଗୁରୁତ୍ୱାରୋପ କରିଥିଲେ। ଆଇଏଲ୍ଏସ୍ ମାନବ ସମାଜର ଉପକାର ପାଇଁ କରୁଥିବା ପ୍ରଚେଷ୍ଟାକୁ ସେ ପ୍ରଶଂସା କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ, ଆରଏମ୍ଆରସିର ନିର୍ଦ୍ଦେଶିକ ଡ. ସଂଘମିତ୍ରା ପତି, କିଟ୍ ସ୍କୁଲ୍ ଅଫ୍ ବାୟୋଟେକ୍ନୋଲୋଜିର ନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ସୁଆର, ସିଫାର ନିର୍ଦ୍ଦେଶକ ଡ. ସୁନ୍ଦର ରାୟ, ଏମ୍ସ ଭୁବନେଶ୍ୱରର ଫିଜିଓଲୋଜି ବିଭାଗ ମୁଖ୍ୟ ଡ. ସୁଶୀଲ ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ କର୍କଟ ରୋଗ କ୍ଷେତ୍ରରେ କରାଯାଉଥିବା ଉଚ୍ଚତର ଗବେଷଣା, ଶସ୍ୟ ଉତ୍ପାଦନ ବୃଦ୍ଧି, ଚିକେନ୍ଗୁନିଆ, ଜାପାନିଜ୍ ଏନ୍ସେଫାଲାଇଟ୍ସ, ଡେଙ୍ଗୁ ସହିତ ଜନଜାତିଙ୍କ କ୍ଷେତ୍ରରେ ନିଆଯାଇଥିବା ଗବେଷଣା ବିଷୟରେ ନିର୍ଦ୍ଦେଶକ ଡ. ପରିଡ଼ା ସୂଚନା ଦେଇଥିଲେ। ସଫଳ କର୍ମଚାରୀ, ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ବୈଜ୍ଞାନିକ ଓ କର୍ମଚାରୀ ଉପସ୍ଥିତ ଥିଲେ। ଡ. ମାମୋନି ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ଜୀବ ବିଜ୍ଞାନ ପ୍ରତିଷ୍ଠାନର ପ୍ରତିଷ୍ଠା ଦିବସ
/sambad/media/post_attachments/wp-content/uploads/2018/02/madhu-institute-of-life-science.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)