ଭୁବନେଶ୍ବର: ରୋଟାରି କ୍ଲବ୍ ଅଫ୍ ଭୁବନେଶ୍ବର କଳିଙ୍ଗର ୧୨ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଏକ ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। କ୍ଲବ୍ର ସଭାପତି ମନୀନ୍ଦ୍ର କୁମାର ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରୋଟାରି ଜିଲ୍ଲା ଗଭର୍ଣ୍ଣର ପ୍ରଭୁଦତ୍ତ ସୁବୁଦ୍ଧି ଯୋଗଦେଇ ଶିକ୍ଷା ହିଁ ପ୍ରଗତିର ଚାବିକାଠି ଓ ଶିକ୍ଷକ ସମାଜ ହିଁ ଜାତିର ପ୍ରକୃତ ନିର୍ମାତା ବୋଲି ମତ ଦେଇଥିଲେ।
ଏହି ଅବସରରେ ଶ୍ରୀ ସୁବୁଦ୍ଧି ୬ଜଣ କୃତୀ ଶିକ୍ଷକଙ୍କୁ ‘ଜାତି ନିର୍ମାଣ ପୁରସ୍କାର’ ପ୍ରଦାନ କରିଥିଲେ। କ୍ଲବ୍ର ପ୍ରତିଷ୍ଠାତା ସଭାପତି ଅଶୋକ କୁମାର ମହାପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ସେବା ପ୍ରକଳ୍ପର ନିର୍ଦ୍ଦେଶକ ହାଡ଼ିବନ୍ଧୁ ପଟ୍ଟନାୟକ କ୍ଲବ୍ର ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋକପାତ କରିଥିଲେ। ରୋଟାରି ଜିଲ୍ଲାର ସହକାରୀ ଗଭର୍ଣ୍ଣର ପ୍ରାଧ୍ୟାପକ ଶୁଭେନ୍ଦୁ ମହାନ୍ତି ସମାଜର ବିକାଶରେ ଶିକ୍ଷକ ସମାଜର ଗୁରୁଦାୟିତ୍ବ ସମ୍ବନ୍ଧରେ ନିଜର ମତ ପ୍ରକାଶ କରିଥିଲେ। କ୍ଲବ୍ର ସଂପାଦକ ତ୍ରିଲୋକ ରଞ୍ଜନ ଦାଶ ଧନ୍ୟବାଦ ଦେଇଥିଲେ।