ଭୁବନେଶ୍ୱର: ସଂଭାବନା ଟ୍ରଷ୍ଟର ପ୍ରତିଷ୍ଠା ଦିବସ ଓ ସଂଭାବନା ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କର ଜନ୍ମ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ସଂଭାବନାର ସଂପାଦକ ଦେବପ୍ରସାଦ ପରିଜାଙ୍କର ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରମୁଖ ଅତିଥି ଭାବେ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକ, ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ହାଉସିଂବୋର୍ଡର ପୂର୍ବତନ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ସାହିତ୍ୟିକ ଓ ସ୍ତମ୍ଭକାର ଦାଶ ବେନହୁର, ଚାଟାର୍ଡ ଆକାଉଣ୍ଟାଣ୍ଟ୍ ରାଜୀବ ଶେଖର ସାହୁ, କମ୍ୟୁନିଷ୍ଟ ନେତା ରାମକୃଷ୍ଣ ପଣ୍ଡା, ୨୦୨୧ର ଶ୍ରେଷ୍ଠ ଓଡ଼ିଆଣୀ ରଶ୍ମି ସାହୁ ଓ ଓଡ଼ିଶା କ୍ରକେଟ୍ ଆସୋସିଏସନ୍‌ର ସଭାପତି ପଙ୍କଜ ଲୋଚନ ମହାନ୍ତି ପ୍ରମୁଖ ଏଥିରେ ‌ଯୋଗ ଦେଇଥିଲେ। ଏହି ଅବସରରେ ଶରତ ଭଦ୍ରଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା। ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ବ୍ୟକ୍ତିଗତ ଉଦ୍ଦେଶ୍ୟ ନ ରଖି ସମାଜ ଓ ସଂସ୍କୃତି ପାଇଁ କାର୍ଯ୍ୟ କରିବା ଉଚିତ। ଏଥିସହ ଯୁବବର୍ଗକୁ ସାଙ୍ଗରେ ନେଇ ଚାଲିଲେ ଆମ ସଂସ୍କୃତି ପରମ୍ପରା ସବୁବେଳେ ଜୀବିତ ରହିବ ବୋଲି ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ।

Advertisment

ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସିନେସମୀକ୍ଷକ ସୂର୍ଯ୍ୟ ଦେଓ, ଚିତ୍ରଶିଳ୍ପୀ ଗଜେନ୍ଦ୍ର ପାଢ଼ୀ, ଇଂଜିନିୟର ଯାମିନୀକାନ୍ତ ଦାସ, ସମାଜସେବୀ କସ୍ତୁରିକା ପଟ୍ଟନାୟକ, ଭାଷାବିତ୍ ଦେବାଶିଷ ମହାପାତ୍ର, ଆଇନଜୀବୀ ଚିତ୍ତରଞନ ବୈରିଶାଲ, ‘ମଧୁଲିତା’ର ସଂପାଦିକା ମଧୁଲିତା ପରିଡ଼ା, କଲ୍ୟାଣୀ ଭଦ୍ର, ସୁବ୍ରତ ପତିଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ସାମ୍ବାଦିକ ଯୋଗ ଦେଇଥିଲେ। ତତ୍‌ସହିତ ସୌଦାମିନୀ ସାମଲ, ସୁଜାତା ମହାନ୍ତି, ବାସନ୍ତୀ ପଟ୍ଟନାୟକ, ବିଜୟଲକ୍ଷ୍ମୀ ସା, ମଧୁସ୍ମିତା ଦାସ, ବିଦୁଲତା ସ୍ୱାଇଁ, ସୌଭାଗ୍ୟଲକ୍ଷ୍ମୀ ମହାନ୍ତି, ସଂଯୁକ୍ତା ସ୍ୱାଇଁ, ସୌଦାମିନୀ ମହାନ୍ତି ଓ ରତ୍ନମଞ୍ଜରୀ ସାମନ୍ତରାୟ ପ୍ରମୁଖ ଓଡ଼ିଆଣୀମାନେ ମଧ୍ୟ ଶରତ ଭଦ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସଂଭାବନାର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁଦର୍ଶନ ଦାସ, ଟ୍ରଷ୍ଟି ସ୍ମୃତି ମହାନ୍ତି, ସଭ୍ୟ ପ୍ରେମ ପ୍ରକାଶ ସିଂହ, ସତ୍ୟବ୍ରତ ମହାପାତ୍ର, ଛନ୍ଦା ମିଶ୍ର, ରାଜଶ୍ରୀ ଶତ୍‌ପଥୀ ଓ ପ୍ରଫୁଲ୍ଲ ଦେ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।