ଭୁବନେଶ୍ୱର : କଳିଙ୍ଗନଗର କେ-୪ସ୍ଥିତ ଶତାକ୍ଷୀ ମହିଳା ସଂଗଠନର ପ୍ରତିଷ୍ଠା ଦିବସ ଓ ସାଧାରଣତନ୍ତ୍ର ଦିବସ ସଂଗଠନ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ସଂଗଠନର ସଭାପତି ସବିତାରାଣୀ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ସାମ୍ବାଦିକ ପ୍ରମୋଦ ସାମନ୍ତରାୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ କର୍ପୋରେଟର୍ ମାନସୀରାଣୀ ସୁନ୍ଦରାୟ, ମୁଖ୍ୟବକ୍ତା ଭାବେ ଶ୍ରୀ ସାମନ୍ତରାୟ ଉପସ୍ଥିତ ଥିଲେ। ସଂଗଠନର ସଂପାଦିକା ମମତା ବିଶ୍ୱାଳ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ। ସ୍ନିଗ୍ଧା ମିଶ୍ର ସଭା ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେ-୪ ରେସିଡେଣ୍ଟ୍ େଓ୍ଵଲଫେୟାର୍ ଆସୋସିଏସନ୍ର ସଭାପତି ଜୟକୃଷ୍ଣ ମାର୍ଥା, ସଂପାଦକ ସତ୍ୟାନନ୍ଦ ନାୟକଙ୍କ ସମେତ ସ୍ଥାନୀୟ ମିଲିଟାରି ଆସୋସିଏସନ୍ର କର୍ମକର୍ତା, ସଂଗଠନର ଅନ୍ୟ ସଭ୍ୟାମାନେ ଉପସ୍ଥିତ ଥିଲେ। ଉପ-ସଭାପତି ଭାଗ୍ୟବତୀ ମଲ୍ଲିକ ଧନ୍ୟବାଦ ଦେଇଥିଲେ।
ଶତାକ୍ଷୀ ମହିଳା ସଂଗଠନର ପ୍ରତିଷ୍ଠା ଦିବସ
/sambad/media/post_attachments/wp-content/uploads/2018/01/satakhi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)