ଚନ୍ଦ୍ରଶେଖରପୁର : ଅକ୍ଳାନ୍ତ ପରିଶ୍ରମ କରିବା ଫଳରେ ଜଣେ ଶିକ୍ଷାର୍ଥୀ ତା’ର ସଫଳତା ପଥରେ ଆଗେଇ ଚାଲିଥାଏ। ଫଳରେ ତା’କୁ କେହି ଅଟକାଇ ପାରନ୍ତି ନାହିଁ କିମ୍ବା କୌଣସି ବାଧା ଦେଇ ପାରନ୍ତି ନାହିଁ। ବ୍ୟକ୍ତିତ୍ବ ସୃଷ୍ଟି କରିବାର ମୂଳମନ୍ତ୍ର ହେଉଛି ଅକ୍ଳାନ୍ତ ପରିଶ୍ରମ। ଏହି ମନ୍ତ୍ରକୁ ଯେଉଁମାନେ ପାଳନ କରିନ୍ତି ସେମାନେ ଜୀବନରେ ସଫଳ ହୁଅନ୍ତି। ଏପରି ପ୍ରେରଣାଦାୟୀ ଭାଷଣ ଦେଇ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିଛନ୍ତି ଆର୍.ପି. ଗ୍ରୁପ୍ ଅଧ୍ୟକ୍ଷ ସଂଜୀବ ଗୋୟେଙ୍କା। ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବରେ ଅଗଣିତ ଶିକ୍ଷାର୍ଥୀଙ୍କ ପ୍ରେରଣାର ଉତ୍ସ ପାଲଟିଥିବା ଶ୍ରୀ ଗୋୟେଙ୍କା ଶିକ୍ଷା, କ୍ରୀଡ଼ା, ଗଣମାଧ୍ୟମ ଓ ଆଇ୍ଟି ଇତ୍ୟାଦି କ୍ଷେତ୍ରରେ ଲୋକପ୍ରିୟତା ହାସଲ କରିଛନ୍ତି। ଆଜି ଜାଭିୟର୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ (ଏକ୍ସଆଇଏମବି), ଜାଭିୟର୍ ବିଶ୍ବବିଦ୍ୟାଳୟ ପ୍ରକ୍ଷରୁ ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍ ପ୍ରଦାନ କରାଯାଇଛି। ଆଜି ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନର୨୮ ଜଣ ପୁରାତନ କର୍ମଚାରୀଙ୍କୁ ସମ୍ମାନିତ କରିବା ସହ କିଛି ଶିକ୍ଷାର୍ଥୀଙ୍କୁ ଗ୍ରାଜୁଏଟ୍ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ନିଜ ଶିକ୍ଷା କ୍ଷେତ୍ରରେ ଦେଖାଯାଉଥିବା ବିଭିନ୍ନ ବାଧାକୁ କିପରି ସଫଳତା ସହ ସାମ୍ନା କରିବେ ସେନେଇ ପଚାରି ବୁଝିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜାଭିୟର୍ ବିଶ୍ବବିଦ୍ୟାଳୟ ଅଧ୍ୟକ୍ଷ ଫାଦର୍ ଜର୍ଜ ଫର୍ଣ୍ଣାଣ୍ଡିସ୍, ରାଜୀବ କଲ୍, ଡ. ଫାଦର ଅଥୋନି ଆର୍. ୟୁଭାରି, ଫାଦର ଇଏ. ଅଗସ୍ଥିନା ଓ ଅନୁଷ୍ଠାନର ଡିନ୍ ପ୍ରଫେସର ଶ୍ରୀଧର କୁମାର ଦାଶ ମଞ୍ଚରେ ଅତିଥି ଭାବେ ଉପସ୍ଥିତ ରହି ଶିକ୍ଷାର୍ଥୀମାନଙ୍କୁ ସମ୍ମାନଜନକ ଡିଗ୍ରୀ ପ୍ରମାଣପତ୍ର ପ୍ରଦାନ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp