ଚନ୍ଦ୍ରଶେଖରପୁର: ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି)ର ୧ ନମ୍ବର ୱାର୍ଡ ଅନ୍ତର୍ଗତ ଚିରଗୋଲଟୋଲା ବସ୍ତିର ମୁଖ୍ୟ ନାଳ ନିର୍ମାଣ ଲାଗି ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ୮୪ ଲକ୍ଷ ୧୫ହଜାର ଟଙ୍କା ବ୍ୟୟରେ ନିର୍ମାଣ ହେବ। କାର୍ଯ୍ୟକ୍ରମରେ ଭୁବନେଶ୍ବର (ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ବରର ବିକାଶ କାର୍ଯ୍ୟ ଆଗକୁ ବଢ଼ୁଛି। ସହରର ପ୍ରତି ବସ୍ତିରେ ପକ୍କା ରାସ୍ତା ହେବା ସହ ସେମାନଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ବିଏମ୍ସି ମେୟର ସୁଲଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଅଁର, ସ୍ଥାନୀୟ କର୍ପୋରେଟର୍ ମିହିର କୁମାର ରାଉତ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଶ୍ରୀ ରାଉତ କହିଛନ୍ତି ଯେ ବହୁ ଦିନ ହେଲା ନାଳ ଲାଗି ଦାବି ହେଉଥିଲା। ରାଜ୍ୟ ସରକାରଙ୍କ ଏହି ବିକାଶମୂଳକ କାର୍ଯ୍ୟ ଦ୍ବାରା ଚିରଗୋଲଟୋଲା ବସ୍ତି ସମେତ ଅଞ୍ଚଳରେ ରହୁଥିବା ହଜାର ହଜାର ଲୋକ ଉପକୃତ ହେବେ। ସ୍ଥାନୀୟ ଅଞ୍ଚଳର ଯୁବକ, ମିସନ୍ ଶକ୍ତି ଓ ସ୍ବୟଂସହାୟକ ଗୋଷ୍ଠୀର ମହିଳା, ବସ୍ତିର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
ଚିରଗୋଲଟୋଲା ବସ୍ତିର ମୁଖ୍ୟ ନାଳ ଲାଗି ଭିତ୍ତିପ୍ରସ୍ତର
/sambad/media/post_attachments/wp-content/uploads/2022/08/f54hsf654h65fsh4f6h54hf65.jpg)