ବାଲିପାଟଣା : ବାଲିପାଟଣା ବ୍ଲକର ମାର୍ଥାପୁର,ଦେଉଳିଧରପୁର ଓ ଆମେଣାକୁଦ ପଞ୍ଚାୟତରେ ୩ଟି ବଡ଼ବଡ଼ ପାନୀୟ ପ୍ରକଳ୍ପର ଶିଳାନ୍ୟାସ ପର୍ବ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ତଥା ଜୟଦେବ ବିଧାୟକ ଶଶି ଭୂଷଣ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ମୋଟ ୨କୋଟି ୩୮ଲକ୍ଷ୮୬ହଜାର ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଉକ୍ତ ୩ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ମାର୍ଥାପୁର ପଞ୍ଚାୟତର ପଦ୍ମପୁରଠାରେ ୭୧ଲକ୍ଷ୫୯ହଜାର ଟଙ୍କାରେ,ଦେଉଳିଧରପୁର ପଞ୍ଚାୟତର ଅଭୟମୁଖୀଠାରେ ୯୨ଲକ୍ଷ ୨୩ହଜାର ଟଙ୍କାରେ ଓ ଆମେଣାକୁଦ ପଞ୍ଚାୟତର ତିହୁଡ଼ିଠାରେ ୭୫ଲକ୍ଷ୦୪ହଜାର ଟଙ୍କାରେ ପାନୀୟ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁମିତ୍ରା ରାଉତରାୟଙ୍କ ସମେତ ବହୁ ନେତା,କର୍ମୀ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
୩ ପାନୀୟ ଜଳ ପ୍ରକଳ୍ପର ଶିଳାନ୍ୟାସ
/sambad/media/post_attachments/wp-content/uploads/2018/02/balipatana.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)