ଭୁବନେଶ୍ୱର: ବହୁଚର୍ଚ୍ଚିତ ସରକନ୍ତରା ହତ୍ୟାକାଣ୍ଡ ମାମଲାରେ କମିସନରେଟ୍ ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସୁକାନ୍ତ ପ୍ରଧାନ, ଶୁଭେନ୍ଦୁ ପ୍ରଧାନ, ରାକେଶ ଖୁଣ୍ଟିଆ ଓ ସୁବ୍ରତ ସାହୁ।
ଏସିପି ଜୋନ୍-୩ ତାପସ ଚନ୍ଦ୍ର ପ୍ରଧାନ କହିଛନ୍ତି, ଗିରଫ ୪ ଜଣ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ହତ୍ୟାରେ ବ୍ୟବହୃତ ବନ୍ଧୁକ ଜବତ କରିଛି। ଜମିଜମା ବିବାଦକୁ କେନ୍ଦ୍ର କରି ହତ୍ୟା ହୋଇଥିଲା। ପୂର୍ବ ଯୋଜନା ଅନୁଯାୟୀ ସୁଧାଂଶୁ ଖୁଣ୍ଟିଆକୁ ହତ୍ୟା କାରାଯାଇଥିଲା। ଏମସ ଯିବା ରାସ୍ତାରେ ହତ୍ୟା କରାଯାଇଥିଲା। ସୁଧାଂଶୁଙ୍କୁ ଚିହ୍ନଇ ଥିଲେ ରାକେଶ। ଶିବ ପ୍ରଧାନ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ଅଛି। ହତ୍ୟା ପରେ ବ୍ୟବହୃତ ବନ୍ଧୁକ ସୁବ୍ରତ ସାହୁ ଲୁଚାଇ ରଖିଥିଲା। ଏହି ଘଟଣାକୁ ପୁଲିସ ଗମ୍ଭୀରତାର ସହିତ ନେଇ ତଦନ୍ତ ଜାରି ରଖିଛି।
ପୂର୍ବ ଯୋଜନା ଅନୁଯାୟୀ ସୁଧାଂଶୁ ଖୁଣ୍ଟିଆକୁ ହତ୍ୟା କାରାଯାଇଥିଲା। ଏମସ ଯିବା ରାସ୍ତାରେ ହତ୍ୟା କରାଯାଇଥିଲା। ସୁଧାଂଶୁଙ୍କୁ ଚିହ୍ନଇ ଥିଲେ ରାକେଶ। ଶିବ ପ୍ରଧାନ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ଅଛି।
ସୂଚନାଯୋଗ୍ୟ, ଗତକାଲି ପୂର୍ବାହ୍ଣ ପ୍ରାୟ ୯ଟାରେ ଏମ୍ସରେ କାର୍ଯ୍ୟରତ ଲ୍ୟାବ୍ ଆସିଷ୍ଟାଣ୍ଟ ସୁଧାଂଶୁ ଖୁଣ୍ଟିଆଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ସକାଳୁ ସକାଳୁ ଘଟିଥିବା ଏହି ହତ୍ୟାକାଣ୍ଡ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ସାମାନ୍ୟ କଥାକୁ ନେଇ ସୁଧାଂଶୁଙ୍କ ନିଜ କକା ପୁଅ ଶିବା ଏହି ଅଭାବନୀୟ କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ସୁଧାଂଶୁଙ୍କ କକା ସୁକାନ୍ତ ଗାଁରେ ବାହା ହେବା ପରେ ଅଲଗା ରହୁଥିଲେ। ଶଶୁର ଘର ସମ୍ପତ୍ତିରେ ସେ ଭଲରେ ଚଳୁଥିଲେ। ଏପଟେ ସୁଧାଂଶୁଙ୍କ ବାପା ପଠାଣିଙ୍କ ପାଖରେ ପୈତୃକ ସମ୍ପତ୍ତି ହିସାବରେ କେବଳ ଛୋଟ ଘରଡିହ ଖଣ୍ଡେ ଥିଲା। ଜମିବାଡ଼ି କିଛି ନଥିଲା। ପଠାଣିଙ୍କ ମାଆ ନାତି ସୁଧାଂଶୁ ନାଁରେ ଘରଡିହ କରିଦେଲେ। ଏହାକୁ ନେଇ ସୁକାନ୍ତ ଅସନ୍ତୁଷ୍ଟ ଥିଲେ ଏବଂ ସେ କୋର୍ଟର ଦ୍ବାରସ୍ଥ ହୋଇଥିଲେ।
ନିଜେ ଭଲରେ ଚଳୁଥିବା ସୁକାନ୍ତ, ବଡ଼ଭାଇ ପଠାଣିଙ୍କଠାରୁ ଛୋଟ ଘରଡିହ ଖଣ୍ଡିକରୁ ଭାଗ ନେବା ପାଇଁ କୋର୍ଟରେ ପହଞ୍ଚିଥିଲେ। ମାତ୍ର କୋର୍ଟଙ୍କ ରାୟ ସୁଧାଂଶୁଙ୍କ ପକ୍ଷରେ ଯାଇଥିଲା। ଏଥିରେ ସୁକାନ୍ତର ପୁଅ ଶିବା ମୁଣ୍ଡକୁ ପିତ୍ତ ଚଢ଼ିଯାଇଥିଲା। ପୈତୃକ ସମ୍ପତ୍ତିରୁ ଭାଗ ନପାଇବା ରାଗରେ ସେ ଜଳୁଥିଲା। ଦଶହରା ଦିନ ସେ ଗାଁ ଦାଣ୍ଡରେ ଖଣ୍ଡା ବୁଲାଇ ସୁଧାଂଶୁଙ୍କୁ ହତ୍ୟା କରିବ ବୋଲି ଖୋଲା ଧମକ ଦେଇଥିଲା। ମାତ୍ର ଦୁର୍ଭାଗ୍ୟର କଥା ସୁଧାଂଶୁ ଏହାକୁ ଗୁରୁତ୍ବର ସହ ନେଇ ନଥିଲେ। ଶିବା ଯେ ସତକୁ ସତ ତାଙ୍କୁ ମାରିବ ବୋଲି ଯୋଜନା କରୁଛି, ତାହା ସୁଧାଂଶୁଙ୍କ କଳ୍ପନା ବାହାରେ ଥିଲା। କିନ୍ତୁ ଆଜି ଶିବା ସତକୁ ସତ ସୁଧାଂଶୁଙ୍କୁ ଗାଁ ଦାଣ୍ଡରେ ଗୁଳିକରିଥିଲା।
Crime | Bhubaneswar