ଭୁବନେଶ୍ୱ : କମିସନରେଟ୍‌ ପୁଲିସ ଅଧିକାରୀଙ୍କ ମଧ୍ୟରେ କରୋନା ବ୍ୟାପିବାରେ ଲାଗିଛି। କର୍ମଚାରୀଙ୍କ ପରେ ଏବେ ବରିଷ୍ଠ ଅଧିକାରୀମାନେ ଏବେ ଜଣଙ୍କ ପରେ ଜଣେ କରୋନାରେ ସଂକ୍ରମିତ ହେଉଥିବା ଦେଖାଯାଉଛି। ୪ଜଣ ଏସିପି କରୋନାରେ ଆକ୍ରାନ୍ତ ହୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏଣୁ ଆଜି ଅନ୍ୟ ୪ ଜଣ ଏସିପିଙ୍କୁ ଏହି ଜାଗାରେ ଦାୟିତ୍ବ ଦିଆଯାଇଛି। ଜୋନ୍‌-୧ ଏସିପି ମାନସ ଗଡ଼ନାୟକଙ୍କ ସ୍ଥାନରେ ଆଇବି ଏସିପି ରଜତ୍ କୁମାର ରାୟଙ୍କୁ ଦାୟିତ୍ବ ଦିଆଯାଇଛି। ଜୋନ୍‌-୪ ଏସିପି ରବୀନ୍ଦ୍ରନାଥ ଶତପଥୀଙ୍କ ଜାଗାରେ ଲାଇସେନ୍ସ ସେଲ୍‌ର ଏସିପି ସୁବାସ ଚନ୍ଦ୍ର ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଛି। କମିସନରେଟ୍ ପୁଲିସର ଅଭିଯୋଗ ସେଲର ଦାୟିତ୍ୱ ପିଆରଓ ଏସିପି ଶିଶିର ମିଶ୍ରଙ୍କୁ ଦିଆଯାଇଥିବା ବେଳେ ଏସିପି ଅନିରୁଦ୍ଧ ରାଉତରାୟଙ୍କୁ ଲାଇସେନ୍ସ ସେକ୍ସନ ଦାୟିତ୍ୱ ଦିଆଯାଇଛି। କରୋନାରୁ ଆରୋଗ୍ୟ ଲାଭ କରି ସେମାନେ କାର୍ଯ୍ୟ‌ରେ ଯୋଗଦେବା ପର୍ଯ୍ୟନ୍ତ ଏହି ଅଧିକାରୀମାନେ ମୂଳ ଦାୟିତ୍ବ ସହ ଅତିରିକ୍ତ ଦାୟିତ୍ୱ ତୁଲାଇବେ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି।

Advertisment

ବିଡିଏ ପ୍ଲାନିଂ ବିଭାଗ ୧୬ ଯାଏଁ ସିଲ୍‌
ଭୁବନେଶ୍ବର : ବିଡିଏର ପ୍ଲାନିଂ ବିଭାଗରୁ ସପ୍ତାହକ ମଧ୍ୟରେ ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି। ଆହୁରି ୧୩ଜଣଙ୍କ ନିକଟରେ ଲକ୍ଷଣ ଦେଖାଦେଲାଣି। ତେଣୁ ବିଡିଏର ପ୍ଲାନିଂ ବିଭାଗକୁ ୬ଦିନ ପାଇଁ ବନ୍ଦ କରି ଦିଆଯାଇଛି। ୧୬ ତାରିଖ ପର୍ଯ୍ୟନ୍ତ ପ୍ଲାନିଂ ବିଭାଗ ବନ୍ଦ ରହିବ। ଏହି ସମୟରେ ଅଫିସ୍‌ ପରିସରକୁ ବିଶୋଧନ କରିବାକୁ ନିଷ୍ପତ୍ତି ହୋଇଛି। ବିଡିଏର ପ୍ଲାନିଂ ବିଭାଗରୁ ଏତେ ସଂଖ୍ୟକ ଆକ୍ରାନ୍ତ ବାହାରିବା ପରେ ଅନ୍ୟ ବିଭାଗର କର୍ମଚାରୀମାନେ ଭୟଭୀତ ହୋଇଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ବିଡିଏରୁ ପ୍ରାୟ ୧୫ରୁ ଅଧିକ କର୍ମଚାରୀ ଆକ୍ରାନ୍ତ ହୋଇଥିବାରୁ କର୍ମଚାରୀମାନେ ଭୟରେ ଅଫିସ ଆସୁନାହାନ୍ତି।