ପ୍ରେମୀଯୁଗଳଙ୍କୁ ଆକ୍ରମଣ ଘଟଣାରେ ୪ ଗିରଫ

ଭୁବନେଶ୍ବର : ଜୟଦେବ ବାଟିକା ଭିତରେ ବସିଥିବା ପ୍ରେମୀଯୁଗଳଙ୍କ ଫଟୋ ଉଠାଇବା ସହ ଅସଦାଚରଣ ଓ ଆକ୍ରମଣ କରିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ନୟାଗଡ଼ ଇଟାମାଟିର ବିକାଶ କୁମାର ସେଠୀ, ପ୍ରସନ୍ନ ଦାସ, କିଶୋର କୁମାର ବରାଳ ଓ ଧର୍ମେନ୍ଦ୍ର ସ୍ବାଇଁ। ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ପୁଲିସ୍‌ ସୂଚନାନୁଯାୟୀ, ଶନିବାର ଦିନ ନୟାଗଡ଼ର ରଂଜିତ ସ୍ୱାଇଁ ତାଙ୍କ ବାନ୍ଧବୀଙ୍କ ସହ ଜୟଦେବ ବାଟିକା ଯାଇଥିଲେ। ସେଠାରେ ସେମାନେ ବସିଥିବା ବେଳେ ଏହି ଚାରି ଅଭିଯୁକ୍ତ ସେମାନଙ୍କ ଫଟୋ ଉଠାଇଥିଲେ। ପ୍ରତିବାଦ କରିବାରୁ ସେମାନେ ଯୁବତୀଙ୍କୁ ଟଣାଓଟରା କରିବା ସହ ରଂଜନଙ୍କୁ ମାଡ଼ ମାରିଥିଲେ। ଏହାସହ ସେମାନଙ୍କଠାରୁ ୪ ହଜାର ୯ଶହ ଟଙ୍କା ଓ ମୋବାଇଲ ମଧ୍ୟ ଛଡ଼ାଇ ନେଇଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ଅନ୍ୟ କିଛି ଯୁବକ ଏହା ଦେଖି ୪ ଅଭିଯୁକ୍ତଙ୍କୁ ନିର୍ଧୁମ୍‌ ଛେଚି ପୁଲିସ୍‌ ଜିମା ଦେଇଥିଲେ।

ସମ୍ବନ୍ଧିତ ଖବର