ମେଣ୍ଢାଶାଳ: ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଉପକଣ୍ଠ ଗୋଠପାଟଣାରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେବାରୁ ଏକ ଘରର ପୋର୍ଟିକୋରେ ଥିବା ୩ବାଇକ୍ ଓ ଗୋଟିଏ ସ୍କୁଟି ପୂରାପୂରି ଜଳି ଯାଇଛି। ଖବର ଅନୁସାରେ ଉକ୍ତ ଘରର ମାଲିକ ସନ୍ତୋଷ ମହାନ୍ତି ନିଜେ ରହୁଥିବା ବେଳେ କିଛି ଭଡ଼ାଟିଆ ମଧ୍ୟ ରହୁଛନ୍ତି। ସେମାନଙ୍କ ବାଇକ୍ ସବୁ ପୋର୍ଟିକୋ ତଳେ ରହିଥାଏ ଏବଂ ମୁଖ୍ୟ ଫାଟକରେ ତାଲା ପଡ଼ିଥାଏ। ତେଣୁ କେହି ଅଗଣା ଭିତରକୁ ପଶିବା ସହଜ ନୁହେଁ। ଗତକାଲି ରାତି ପ୍ରାୟ ୩ଟା ବେଳେ ଘର ଭିତରକୁ ପ୍ରବଳ ଧୂଆଁ ପଶିବା କାରଣରୁ ସେମାନେ ସମସ୍ତେ ଉଠି ପଡ଼ିଥିଲେ। କିନ୍ତୁ ସେତେବେଳକୁ ସବୁଗୁଡ଼ିକ ଗାଡ଼ି ହୁତ୍ହୁତ୍ ହୋଇ ଜଳୁଥିଲା। ସେମାନେ ପାଣି ପକାଇ ନିଆଁ ଲିଭାଇବାକୁ ଉଦ୍ୟମ କଲା ବେଳେ ଗାଡ଼ିର ପେଟ୍ରୋଲ ଟାଙ୍କି ଓ ଚକା ଫୁଟିଥିଲା। ତେଣୁ ଭୟରେ କେହି ନିଆଁ ପାଖକୁ ଯାଇପାରିନଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିବା ବେଳକୁ ଗାଡ଼ିଗୁଡ଼ିକର କଙ୍କାଳ କେବଳ ଦେଖିବାକୁ ମିଳିଥିଲା। ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ ସଂଗ୍ରହ କରି ଦୁର୍ବୃତ୍ତକୁ ଠାବ କରିବାକୁ ଚେଷ୍ଟା ଚଳାଇଛି।
ପୋର୍ଟିକୋରେ ପୋଡ଼ିଗଲା ୪ ବାଇକ୍
ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଉପକଣ୍ଠ ଗୋଠପାଟଣାରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେବାରୁ ଏକ ଘରର ପୋର୍ଟିକୋରେ ଥିବା ୩ବାଇକ୍ ଓ ଗୋଟିଏ ସ୍କୁଟି ପୂରାପୂରି ଜଳି ଯାଇଛି। ଖବର ଅନୁସାରେ ଉକ୍ତ ଘରର ମାଲିକ ସନ୍ତୋଷ ମହାନ୍ତି ନିଜେ...
/sambad/media/media_files/2024/11/25/K3XINj0MP0i8cLo1Og0h.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)