ଭୁବନେଶ୍ବର: ଆଜି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ପାହାଳ ଛକରେ ଏକ ବୋଲେରୋକୁ ପଛପଟୁ ବସ୍ ଧକ୍କା ଦେବାରୁ ୪ କନେଷ୍ଟବଳ ଆହତ ହୋଇଛନ୍ତି। ସେମାନେ ହେଲେ ଗଜପତି ତୃତୀୟ ବାଟାଲିୟନ୍ର ଭରତ ବଡ଼ମୁଣ୍ଡି ଓ ମଦନ ବାଣୁଆ, ରାୟଗଡ଼ା ୨ୟ ଆଇଆର୍ବିର ସଞ୍ଜୟ ନାୟକ ଓ ବିଶ୍ବନାଥ ବିଶ୍ବାଳ। ପାହାଳ ଥାନା ପୁଲିସ ତୁରନ୍ତ ଆହତମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲକୁ ପଠାଇଛି ଏବଂ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବର ଆସୁଛନ୍ତି। ତେଣୁ ରାଜଧାନୀର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ଏବଂ ୧୩୩ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଏଥିପାଇଁ ରାଜ୍ୟର ବିଭିନ୍ନ ବାଟାଲିୟନ୍ରୁ ସୁରକ୍ଷାକର୍ମୀମାନଙ୍କୁ ରାଜଧାନୀ ଅଣାଯାଇଛି। ଆଜି ଆହତ ହୋଇଥିବା କନେଷ୍ଟବଳମାନଙ୍କୁ ପାହାଳରେ ନାକା ଡ୍ୟୁଟି ପାଇଁ ପଠାଯାଇଥିଲା। ପିସିଆର୍ ଗାଡ଼ି ସେମାନଙ୍କୁ ନେଇ ଭୁବନେଶ୍ବରରୁ ପାହାଳ ଛକକୁ ଯାଉଥିବା ବେଳେ ପଛରୁ ଏକ ବସ୍ ଜୋର୍ରେ ଧକ୍କା ଦେଇଥିଲା। ଫଳରେ ପିସିଆର୍ ପଛରେ ବସିଥିବା ଚାରିଜଣଯାକ ଭିତରେ ଚାପି ହୋଇଯାଇଥିଲେ। ଖବର ପାଇ ପାହାଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ବସ୍କୁ ଜବତ କରିଛି।
ପିସିଆର୍କୁ ପଛରୁ ପିଟିଲା ବସ୍ ନାକା ଡ୍ୟୁଟିରେ ଥିବା ୪ କନେଷ୍ଟବଳ ଆହତ
ଆଜି ରାତି ପ୍ରାୟ ସାଢ଼େ ୧୧ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ପାହାଳ ଛକରେ ଏକ ବୋଲେରୋକୁ ପଛପଟୁ ବସ୍ ଧକ୍କା ଦେବାରୁ ୪ କନେଷ୍ଟବଳ ଆହତ ହୋଇଛନ୍ତି। ସେମାନେ ହେଲେ ଗଜପତି ତୃତୀୟ...
/sambad/media/media_files/2025/06/20/khhhtj-2025-06-20-06-49-15.jpg)