ଭୁବନେଶ୍ୱର : କଳ୍ପନା ଛକରୁ ବଡ଼ଗଡ ଛକ ପର୍ଯ୍ୟନ୍ତ ଚରିଥାକିଆ ରାସ୍ତା ଆଜି ଉଦ୍ଘାଟିତ ହୋଇଯାଇଛି। ଏହି ରାସ୍ତାର ଆଲୋକୀକରଣ କାର୍ଯ୍ୟ ମଧ୍ୟ ଲୋକାର୍ପିତ ହୋଇଛି। ଆଜି ସନ୍ଧ୍ୟାରେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଭୟ ପ୍ରକଳ୍ପକୁ ଉଦ୍ଘାଟନ କରିଥିଲେ। ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗ ଦେଇଥିଲେ। ଏହା ଫଳରେ ଜନସାଧାରଣ ବହୁ ଦିନର ଦାବି ପୂରଣ ହେବ ସହିତ ଗମନାଗମନ ସୁବିଧା ହୋଇଛି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଡେପୁଟି ମେୟର କେ. ଶାନ୍ତି, ପ୍ରତାପ ଜେନା, ଅବନୀକାନ୍ତ ପାଟ୍ଟଶାଣୀ, ଅମରେଶ ଜେନା, ବିରଞ୍ଚି ନରାୟଣ ମହାସୂପକର, ଅଶୋକ ସିଂହ, ବନ୍ଦନା ସାହୁ, ଅଜିତ ବେହେରା, ସମରେଶ ବେଉରା, କୃଷ୍ଣ ଚନ୍ଦ୍ର ପାତ୍ର, ସନ୍ତୋଷ ସିଂହ, ସନ୍ତୋଷ ବେଜ୍, ବୁଢ଼ା ପରିଡ଼ା, ସସ୍ମିତା ମଙ୍ଗରାଜ, ସତ୍ୟବ୍ରତ ଶ୍ରୀଚନ୍ଦନ, ପୁପୁ ମଙ୍ଗରାଜ, କୃଷ୍ଣ ଜେନା, କିଶୋର ମହାନ୍ତିଙ୍କ ବହୁ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ।
କଳ୍ପନାରୁ ବଡ଼ଗଡ ଚାରିଥାକିଆ ରାସ୍ତା ଉଦ୍ଘାଟିତ
ଆଲୋକୀକରଣର ବି ଶୁଭାରମ୍ଭ
/sambad/media/post_attachments/wp-content/uploads/2021/03/m20-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)