ଭୁବନେଶ୍ବର : କମିସନରେଟ୍ ପୁଲିସ୍ ଶନିବାର ଦିନ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ୨ଜଣ ମହିଳାଙ୍କ ସମେତ ମୋଟ ୪ଜଣ ଲୁଟେରାଙ୍କୁ ଗିରଫ କରିଛି। କ୍ୟାପିଟାଲ୍ ଥାନା ପୁଲିସ ଚନ୍ଦ୍ରଶେଖରପୁରରୁ ୨ ମହିଳା ଲୁଟେରା ସାବିତ୍ରୀ ସିଂହ ଓ ଜ୍ୟୋତି ସିଂହକୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ନଗଦ ୬୫୫୦ ଟଙ୍କା ଓ ୨ଟି ମୋବାଇଲ୍ ଜବତ କରିଛି। ଏମାନେ ଗତକାଲି ୟୁନିଟ୍-୨ ମାର୍କେଟ୍ ବିଲ୍ଡିଂ ଅଞ୍ଚଳରେ ଡ୍ରେସ୍ କିଣିବା ବାହାନାରେ ଦୋକାନ ସମ୍ମୁଖରୁ ଅନ୍ୟ ଜଣେ ଗ୍ରାହକଙ୍କ ମୋବାଇଲ୍ ଚୋରି କରି ନେଇଥିଲେ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ଘଟଣାର ତଦନ୍ତ କରି ଉଭୟଙ୍କୁ ଗିରଫ କରିଥିଲା। କ୍ୟାପିଟାଲ ଥାନା ପୁଲିସ ଆଉ ଏକ ମୋବାଇଲ୍ ଚୋରି ଅଭିଯୋଗରେ ଗଂଜାମ ବଡ଼ବଜାରର ଦେବ ସିଂହକୁ ଗିରଫ କରିଛି। ପୁଲିସ ତା’ ନିକଟରୁ ୨ଟି ଚୋରା ମୋବାଇଲ୍ ଜବତ କରିଛି। ସେହିଭଳି ଚନ୍ଦକା ଥାନା ପୁଲିସ ମଧ୍ୟ ଗତକାଲି ମୋବାଇଲ୍ ଚୋରି ଅଭିଯୋଗକୁ କେନ୍ଦ୍ର କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଉଛି, ନୟାଗଡ଼ ଚାନ୍ଦପୁରରୁ ରବି ନାୟକ। ପୁଲିସ ତା’ ନିକଟରୁ ଗୋଟିଏ ମୋବାଇଲ୍ ଜବତ କରିଛି।
୨ ମହିଳାଙ୍କ ସମେତ ୪ ଲୁଟେରା ଗିରଫ, ୫ ମୋବାଇଲ ଓ ୬୫୫୦ ଟଙ୍କା ଜବତ
/sambad/media/post_attachments/wp-content/uploads/2022/03/arrest-22a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)